ବ୍ରହ୍ମପୁର ଆଇଟିଆଇ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୮ା୧୦- ଛାତ୍ରୀଛାତ୍ରଙ୍କୁ ନିଜ ଅଞ୍ଚଳ ମଧ୍ୟରେ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପ୍ରଦାନ କରାଇବାକୁ ନେଇ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି ା ଏନେଇ ଅନୁଷ୍ଠାନ ପକ୍ଷରୁ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା (ପକ୍ଷ) କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ା ଏମ୍ପ୍ଲୟମେଣ୍ଟ ଏଜେନ୍ସି ଆଞ୍ଚଳିକ ନିର୍ଦ୍ଦେଶକ ଆର.ଏମ୍‌. ଖିଲାନା, ଆନ୍ଧ୍ରବ୍ୟାଙ୍କ ଶାଖା ପ୍ରବନ୍ଧକ ପ୍ରିୟମ୍ବଦା ରଥ, ଟାଟା ଷ୍ଟ୍ରାଇଭ ଓଡିଶା ପ୍ରୋଜେକ୍ଟ ମ୍ୟାନେଜର ସଙ୍ଗୀତା ମିଶ୍ର, ଆଇଆରଇ ଡେପୁଟି ଜେନେରାଲ ମ୍ୟାନେଜର ନାଗେଶ୍ୱର ସାଇ, ଜୟଶ୍ରୀ କେମିକାଲ ସିନିୟର ମ୍ୟାନେଜର ପ୍ରଶାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବରୁ ଆଇଟିଆଇରେ ଅଧ୍ୟୟନ ପରେ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପାଇଁ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଯିବାକୁ ପଡୁଥିବା ବେଳେ ଏଣିକି ଛାତ୍ରୀଛାତ୍ରମାନେ ଅନୁଷ୍ଠାନ ପକ୍ଷରୁ ନିଜ ଅଞ୍ଚଳ ତଥା ଗଞ୍ଜାମ ଜିଲା ମଧ୍ୟରେ ଏହି ତାଲିମ ସୁବିଧା ପାଇପାରିବେ ବୋଲି ଅଧ୍ୟକ୍ଷ ସୂଚାଇଥିଲେ। ଏହି ଅବସରରେ ଗଞ୍ଜାମ ଜିଲାର ୧୦ ସଂସ୍ଥାକୁ ଆଇଟିଆଇ ପକ୍ଷରୁ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପାଇଁ ରେଜିଷ୍ଟ୍ରେଶନ କରାଯାଇଥିଲା ା ଏଥିସହ ଅଧିକ ଛାତ୍ରଙ୍କୁ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପ୍ରଦାନ ପାଇଁ ଆଇଆରଇକୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ା
ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ଶେଷ କରିଥିବା ୫ ଛାତ୍ରଙ୍କୁ ମଧ୍ୟ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିଲା ା ଏହି ପକ୍ଷରେ ଗଞ୍ଜାମ ଜିଲାର ୧୦ ପ୍ରମୁଖ କୁଟୀର ଓ କ୍ଷୁଦ୍ର ଶିଳ୍ପ ଭିତ୍ତିକ ଅନୁଷ୍ଠାନ ଭାଗ ନେଇଥିଲେ ା
ଏଥିରେ ବ୍ରହ୍ମପୁର ଆଇଟିଆଇର ବିଭିନ୍ନ ଟ୍ରେଡର ୫୦ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇ ସେମାନଙ୍କୁ ଅଫର ଲେଟର ପ୍ରଦାନ କରାଯାଇଛି ା ତେବେ ଚୟନ ଛାତ୍ରୀଛାତ୍ରମାନେ ପଖୋଡାରେ ଭାଗ ନେଇଥିବା ଗଞ୍ଜାମ ଜିଲାର ଅନୁଷ୍ଠାନଗୁଡିକରେ ଏକ ବର୍ଷ ଧରି ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ଗ୍ରହଣ କରିବା ସହ ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ନ୍ୟାଶନାଲ ଆପ୍ରେଣ୍ଟିସ୍‌ସିପ୍‌ ସାର୍ଟିିଫିକେଟ ପାଇବେ। ଏହି ସାର୍ଟିଫିକେଟ ଦ୍ୱାରା ରାଜ୍ୟ ଓ ବାହାରେ ନିଜ ଟ୍ରେଡ ଓ ତାଲିମ ମୁତାବକ ନିଯୁକ୍ତି ପାଇବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ପାଣିଗ୍ରାହୀ ସୂଚାଇଛନ୍ତି ା