Categories: ଗଞ୍ଜାମ

ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ହେବ ଭୋଟ ଗଣତି

ଛତ୍ରପୁର,୧୫ା୫(ଡି.ଏନ.ଏ)-ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା ଜିଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରସ୍ଥିତ କେନ୍ଦ୍ରଠାରେ ଭୋଟ ଗଣତି କରାଯିବ। ୨୩ ତାରିଖ ସକାଳ ୮ ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟର ଗଣତି ଆରମ୍ଭ ହେବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଭୋଟ ଗଣତି କେନ୍ଦ୍ରରେ ଏସି ଲଗାଯିବ ବୋଲି ବୋଲି ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଭୋଟ ଗଣତି ନେଇ ମଙ୍ଗଳବାର ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ମାଷ୍ଟର ଟ୍ରେନର ଓ ରିଟର୍ଣ୍ଣିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ଭୋଟ ଗଣତି ପ୍ରକ୍ରିୟା ଶେଷ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ ା ବୁଧବାରଠାରୁ ୪ ଦିନ ପର୍ଯ୍ୟନ୍ତ ଭୋଟ ଗଣତି ସମ୍ବନ୍ଧୀୟ ତାଲିମ ଆରମ୍ଭ ହେବ। ଗଣତି ପାଇଁ ୯୦୦ ଷ୍ଟାଫ୍‌କୁ ନିଯୁକ୍ତି ଦିଆଯାଇଛି ା ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏ କାଉଣ୍ଟିଙ୍ଗ ସୁପରଭାଇଜର, କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ, ଜଣେ ମାଇକ୍ରୋ ଅବଜର୍ଭର ଏବଂ ଷ୍ଟଙ୍ଗରୁମ୍‌ରୁ ଇଭିଏମ୍‌କୁ ଭୋଟ ଗଣତି କେନ୍ଦ୍ରକୁ ନେବା ଆଣିବା ପାଇଁ କର୍ମଚାରୀ ରହିବେ ା ଇଭିଏମ୍‌ ନେବା ଆଣିବା ପାଇଁ ପଞ୍ଚାୟତିରାଜ ଓ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିର କର୍ମଚାରୀ ବଦଳରେ  ଅନ୍ୟ ସରକାରୀ କାର୍ଯ୍ୟାଳୟର ଗ୍ରୁପ୍‌ ଡି କର୍ମଚାରୀ ନିୟୋଜିତ

ହେବେ ା ପ୍ରତି ଆସନର ଭୋଟ ଗଣତି ପାଇଁ ୭ଟି ଲେଖାଏ ଟେବୁଲ୍‌ ରହିବ। ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲଟ ୟୁନିଟ୍‌ ସିଲ୍‌ ଖୋଲାଯିବ ା ରିଟନିଂ ଅଫିସରଙ୍କ ନିର୍ଦ୍ଦେଶରେ କାମ କରିବାକୁ କୁହାଯାଇଛି ା ଭୋଟ  ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ୍‌ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ା ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୋଟ ଗଣତି ଦିନ ଭୋର ୩ ଟା ସୁଦ୍ଧା ଗଣତିରେ ନିୟୋଜିତ କର୍ମଚାରୀମାନେ ପହଞ୍ଚିବୋ ଦୂରରେ ରହୁଥିବା କର୍ମଚାରୀ ଓ ଅଧିକାରୀ  ଗଣତି ପୂର୍ବଦିନ ତଥା ୨୨ ତାରିଖରେ ଗଣତି କେନ୍ଦ୍ରରେ ରିପୋର୍ଟ କରିବାକୁ ଜିଲାପାଳ କହିଛନ୍ତି। ଦଳୀୟ ପ୍ରାର୍ଥୀ ଓ ପ୍ରତିନିଧିମାନଙ୍କୁ ନେଇ ବୁଧବାର ଛତ୍ରପୁରସ୍ଥ୍‌ିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣତି ସମ୍ପର୍କରେ ବୈଠକ କରି ସୂଚନା ଦିଆଯିବ ା ଗଣତି ବେଳେ କୌଣସି ଆପତ୍ତିି ଅଭିଯୋଗ ଥିଲେ ଲିଖିତ ଭାବେ ରିଟନିଂ ଅଫିସରଙ୍କୁ ଜଣାଇବାକୁ କୁହାଯାଇଛି ା ବୈଠକରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ଡେପୁଟି ସବକଲେକ୍ଟର ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା