ବ୍ରହ୍ମପୁର ପୋଲିସ ହାବୁଡ଼ରେ ଇରାନିଅନ୍‌ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ: ନକଲି ପୋଲିସ ପରିଚୟ ଦେଇ କରୁଥିଲେ ଲୁଟ୍‌

ବ୍ରହ୍ମପୁର ଅଫିସ, ୨।୧୦ – ବ୍ରହ୍ମପୁର ପୋଲିସ ହାବୁଡରେ ପଡ଼ିଛନ୍ତି ଇରାନିଅନ୍‌ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲ୍ଲୀ। ସେ କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଲୂଟତରାଜ ଚଳାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ତାଙ୍କ ରାଜ ଚଳାଇଥିଲେ। ସିକନ୍ଦରଙ୍କ ଘର କର୍ଣ୍ଣାଟକର ବିଦାର ଜିଲା ଗାନ୍ଧିଗଞ୍ଜ ଥାନା ଅନ୍ତର୍ଗତ ହୁସେନ କଲୋନୀ ବୋଲି ଜଣାପଡ଼ିଛି। ମାମଲା (ନଂ.୬୯/୧୯) ଅନୁସାରେ ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲିଗୋଶାଣିନୁଆଗାଁ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ଏସ୍‌ପିଙ୍କ ସୂଚନାନୁଯାୟୀ, ଗୋଶାଣିନୁଆଗାଁ ପୋଲିସ ମଙ୍ଗଳବାର ରାତିରେ ଗାଡ଼ି ଚେକିଂ କରୁଥିବା ବେଳେ ସିକନ୍ଦରଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲା। ପରେ ସେ ଜଣେ ଲୁଟେରା ଏବଂ ଉକ୍ତ ଗ୍ୟାଙ୍ଗର ମୁଖିଆ ବୋଲି ଜାଣିବାକୁ ପାଇଥିଲା। ଏପରିକି ସେ ବର୍ଷକ ମଧ୍ୟରେ ସହର ତଥା ପଡୋଶୀ ଆନ୍ଧ୍ରପ୍ରଦେଶରେ ପୋଲିସ ପରିଚୟ ଦେଇ ଲୂଟ ହୋଇଥିବା ୮ ଘଟଣାରେ ତାଙ୍କ ସମ୍ପୃକ୍ତି ରହିଥିବା ସେ ସୂଚନା ଦେଇଛନ୍ତି। ସେହିଭଳି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୋଲିସର ଏକ ଟିମ୍‌ କର୍ଣ୍ଣାଟକ ଯିବ ବୋଲି ସେ ମଧ୍ୟ କହିଛନ୍ତି।

Share