ବ୍ରହ୍ମପୁର ଲୋକ ସଭା: ଚନ୍ଦ୍ରଶେଖରଙ୍କୁ ମିଳିଲା ବିଜୟୀ ପ୍ରମାଣପତ୍ର

ଛତ୍ରପୁର, ୨୪ା୫(ଡି.ଏନ୍‌.ଏ.):ବ୍ରହ୍ମପୁର ଲୋକ ସଭା ଆସନରେ ବିଜୟୀ ବିଜେଡିର ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଛତ୍ରପୁରଠାରେ ରିଟର୍ନିଂ ଅଫିସର ତଥା ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କଠାରୁ ବିଜୟୀ ସମ୍ପର୍କୀୟ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪, ୮୪୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚନ୍ଦ୍ରଶେଖର ଗତ ୨୦୧୪ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇ ବିଜେଡିର ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାଜିତ ହୋଇଥିଲେ। ବିଜେଡିରେ ଯୋଗଦେବା ପରେ ଚନ୍ଦ୍ରଶେଖରଙ୍କୁ ସିଦ୍ଧାନ୍ତଙ୍କ ବଦଳରେ ଦଳ ପ୍ରାର୍ଥୀ କରିଥିଲା।