ବ୍ରହ୍ମାଙ୍କ ତପସ୍ୟା ପୀଠ ବ୍ରହ୍ମଗିରି

ସର୍ବଦା ଭକ୍ତର ଭାବରେ ବନ୍ଧା ପ୍ରଭୁ। ଯୁଗେ ଯୁଗେ ଭଗବାନ ଭକ୍ତ ପାଖରେ ବନ୍ଧା ପଡ଼ିଛନ୍ତି। ଭାରତ ବର୍ଷରେ ଯେତେ ପୂଣ୍ୟଭୂମି ରହିଛି ସେ ସବୁ ଭକ୍ତର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବା ସହ ମୁନି, ଋଷି, ଆଚାର୍ଯ୍ୟ ଓ ସିଦ୍ଧ ଯୋଗୀମାନଙ୍କୁ ଆକର୍ଷିତ କରିଛି। ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ରର ପଶ୍ଚିମକୁ ୨୧ କିଲୋମିଟର ଦୂରରେ ଅବସ୍ଥାପିତ ହୋଇଛି ବ୍ରହ୍ମପୀଠ ବ୍ରହ୍ମଗିରିର ଅଲାରଦେଙ୍କ ବୀଜେସ୍ଥଳୀ। ଏହି ପୀଠର ମନୋରମ ପରିବେଶ ମଧ୍ୟରେ ସତ୍ୟଯୁଗର ବେଦପତୀ ବ୍ରହ୍ମା ତପସ୍ୟା କରି ସିଦ୍ଧି ଲାଭ କରିଥିଲେ। ସିଦ୍ଧି କ୍ଷେତ୍ରରେ ବ୍ରହ୍ମାଙ୍କ ପ୍ରର୍ଥନାରେ ସନ୍ତୁଷ୍ଟ ସ୍ବୟଂ ନାରାୟଣ ଶିଳାବ୍ରହ୍ମ ରୂପେ ପ୍ରକଟ ଲାଭ କରିଥିଲେ। ଏଣୁ ଏହି ପୀଠର ନାମ ବ୍ରହ୍ମଗିରି ହୋଇଛି। ପରବର୍ତ୍ତି ସମୟରେ ହିନ୍ଦୁ ଧର୍ମର ପ୍ରଚାରକ ରୂପେ ଦକ୍ଷିଣଦେଶର କେତକ ଦିବ୍ୟସୂରୀ ବା ଅଲୋୟାର ଚତୁର୍ଭୁଜ ନାରାୟଣଙ୍କୁ ପାଞ୍ଚରାତ୍ର ବିଧିରେ ପୂଜାର୍ଚ୍ଚନା କରିଥିଲେ। ଆଲବର ବା ଆଲୋୟାରଗଣଙ୍କର ନାଥ ବୋଲି ଶ୍ରୀନାରାୟରଙ୍କୁ ଆଲବରନାଥ, ଆଲୋୟାରନାଥ ପରବର୍ତ୍ତି ସମୟରେ ଅଲାରନାଥ ବୋଲି ନାମିତ ହୋଇଛନ୍ତି। ଶ୍ରୀକ୍ଷେତ୍ରକୁ ଯେଉଁ ସାଧୁ ସନ୍ଥମାନେ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି ଏହି ଅଣସର ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ନ ପାଇ ବ୍ରହ୍ମନାରାୟଣଙ୍କୁ ଦର୍ଶନକରି ଆତ୍ମତୃପ୍ତି ଲାଭ କରିଥାନ୍ତି। ଏହିକ୍ରମରେ ଅନେକ ସାଧୁ ସନ୍ଥ ଏହି ପୀଠକୁ ଆସିଥିବାର ଜଣାପଡ଼େ।

ଅଲବନ୍ଦରାଚାର୍ଯ୍ୟ
ଦ୍ୱାଦଶ ଶତାଦ୍ଦୀରେ ଅଲବାରପନ୍ଥୀ ଅଲବନ୍ଦରାଚାର୍ଯ୍ୟ ପରମ ବୈଷ୍ଣବ ଥିଲେ। ଏକଦା ଅଣସର ସମୟରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ସେହି ସମୟରେ ଶ୍ରୀଜିଉ ଗୁପ୍ତ ସେବା ପାଉଥିବାରୁ ଦର୍ଶନ ନ ପାଇ ନିଜକୁ ହତଭାଗ୍ୟ ମନେକରି ସମୁଦ୍ରରେ ଆତ୍ମବିସର୍ଜନ କରିବାକୁ ଉଦ୍ୟମ କରୁଥିବା ସମୟରେ ଏକ ହନୁ ଅଲବନ୍ଦରାଚାର୍ଯ୍ୟଙ୍କ ପଥରୋଧ କରି ପଶ୍ଚିମ ଅଭିମୁଖେ ଯିବା ପାଇଁ ସଙ୍କେତ ଦେଲେ। ପରେ ସେ ଏହି ରାସ୍ତାରେ ଆସି ଚର୍ତୁଭୂଜ ନାରାୟଣଙ୍କ ଦର୍ଶନ କରିଥିଲେ।
କର୍ଣ୍ଣାମଗିରି
ଦ୍ୱାଦଶ ଶତାଦ୍ଦୀର ଯୋଗୀ ଶିବ ଭକ୍ତ କର୍ଣ୍ଣାମଗିରି ତୀର୍ଥ ଭ୍ରମଣ କରୁ କରୁ ପୁରୀରେ ପହଞ୍ଚତ୍ ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ କରି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଇଚ୍ଛା କଲେ। ସେ ସମୟରେ ଶ୍ରୀଜିଉ ଗୁପ୍ତ ସେବା ପାଉଥାନ୍ତି। ଦର୍ଶନ ସମ୍ଭବ ନ ହେବାରୁ କର୍ଣ୍ଣାମଗିରି କ୍ରୋଧାନ୍ବିତ ହୋଇ ନିଜର ତନ୍ତ୍ର ବଳରେ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଶେଷରେ ପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରିଥିଲେ। ପରେ ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିଥିବାର ସୂଚନା ମିଳେ।
ନାଗାନ୍ତକ ଲକ୍ଷ୍ମୀଭଦ୍ର
ସାଧୁ ଲକ୍ଷ୍ମୀଭଦ୍ର ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଜିଦ୍‌ ଧରି ନିଜର ନାଗାନ୍ତକ ବିଦ୍ୟା ବଳରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରି ହତାସ ହୋଇଥିଲେ। ପରେ ନିଜକୁ ଠାକୁରଙ୍କ ପାଖରେ ସମର୍ପଣ କରି ତାଙ୍କ ନିର୍ଦ୍ଦେଶରେ ଅଲାରନାଥଙ୍କୁ ଦର୍ଶନ କରିଥିଲେ।
ଶ୍ରୀଚୈତନ୍ୟ
ତରୁଣ ସନ୍ୟାସୀ ଚୈତନ୍ୟ ଷୋଡଶ ଶତାଦ୍ଦୀରେ ଶ୍ରୀକ୍ଷେତ୍ରକୁ ଆସି ପ୍ରାୟ ୧୮ ବର୍ଷ ଏଠାରେ ରହିଥିଲେ। ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ହତାସ ହୋଇଥିବା ସମୟରେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇପଡିଥିଲେ। ସେ ଏକ ପଥର ଉପରେ ସାଷ୍ଟାଙ୍ଗ ପ୍ରଣିପାତ କରିବା ସମୟରେ ତାଙ୍କ ଶରୀରର ଉତ୍ତାପରେ ଏହି ପ୍ରସ୍ତର ଖଣ୍ଡକରେ ସର୍ବାଙ୍ଗ ଚିହ୍ନ ରହିଯାଇଛି। ଯାହା ଏବେବି ମନ୍ଦିର ମଧ୍ୟରେ ପଡିରହିଛି।
ଶ୍ରୀଲ ପ୍ରଭୁପାଦ
୧୯୧୮ରେ ପରମ ବୈଷ୍ଣବ ଶ୍ରୀଲ ପ୍ରଭୁପାଦ କେତେଜଣ ଶିଷ୍ୟଙ୍କ ସହ ପଦବ୍ରଜରେ ଅଲାରନାଙ୍କ ଦର୍ଶନରେ ଆସିଥିଲେ। ଏଠାର ପ୍ରାକୃତିକ ଶୋଭାରେ ବିମୋହିତ ହୋଇ ଏଠାରେ ଏକ ମଠ ପ୍ରତିଷ୍ଠା କରିବାକୁ ଇଚ୍ଛା କରିଥିଲେ। ପରେ ୧୯୨୨ ମସିହାରେ ମନ୍ଦିର ନିକଟରେ ବ୍ରହ୍ମଗୌଡୀୟ ମଠ ପ୍ରତିଷ୍ଠା କରି ୧୯୩୧ରେ ଏହି ମଠରେ ବିଗ୍ରହ ପ୍ରତିଷ୍ଠା କଲେ। ଏହି ବିଗ୍ରହଙ୍କ ନାମ ରଖିଲେ ଶ୍ରୀଗୁରୁ ଗୌରାଙ୍ଗ ଗୋପିନାଥ। ଏହି ନାମ କରଣ କରିବାର ତାତ୍ପର୍ଯ୍ୟ ହେଉଛି ସେ ଅଲାରନାଥଙ୍କୁ ଗୋପିନାଥ ଭାବେ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri