‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍‌ଙ୍କ ଏଣ୍ଟ୍ରି

ଦୀର୍ଘଦିନ ଧରି ଶାହାରୁଖ ଖାଁଙ୍କୁ ଫ୍ୟାନ୍‌ମାନେ ସିଲ୍‌ଭର ସ୍କ୍ରିନ୍‌ରେ ଦେଖିନାହାନ୍ତି। ସେ ଶେଷଥର ପାଇଁ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହା ପରେ ଶାହାରୁଖ୍‌ ନିର୍ଦ୍ଦେଶକ ଏଟ୍‌ଲିଙ୍କ ସହିତ ଫିଲ୍ମ ‘ସନ୍‌କୀ’ରେ ନଜର ଆସିପାରନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏହା ଦର୍ଶକଙ୍କୁ ନିରାଶ କରିଥିଲା। ଏଥର ଆଉ ଦର୍ଶକ ନିରାଶ ହେବେ ନାହିଁ। ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ।

ଏହି ଫିଲ୍ମରେ ଆଲିଆ ଭଟ୍ଟ-ରଣବୀର କପୁର ମୁଖ୍ୟ ଭୂମିକାରେ ଥିବାବେଳେ ଏକ ଛୋଟ ଭୂମିକାରେ ନଜର ଆସିବେ ଶାହାରୁଖ୍‌। ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନୀ ରାୟ ଏବଂ ଡିମ୍ପଲ କପାଡ଼ିଆ ମଧ୍ୟ ଅଭିନୟ କରୁଛନ୍ତି। ଏଥିରେ ଶାହାରୁଖଙ୍କ ଭୂମିକା ପୌରାଣିକ କଥାବସ୍ତୁ ସହିତ ଯୋଡ଼ା ହୋଇଥିବା ଦେଖିବାକୁ ମିଳିବ। ନିର୍ଦ୍ଦେଶକଙ୍କ କଥାରେ ଶାହାରୁଖ ହଁ ବି ମାରିସାରିଛନ୍ତି। ଚଳିତବର୍ଷ ଶେଷ ଆଡ଼କୁ ସେ ତାଙ୍କର ଶୁଟିଂ ଆରମ୍ଭ କରିବେ। ଏହି ଫିଲ୍ମ ଆସନ୍ତାବର୍ଷ ରିଲିଜ ହେବ।

Share