ବ୍ରହ୍ମାସ୍ତ୍ରର ଶୁଟିଂ ପାଇଁ ମନାଲି ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। କିଛି ଦିନରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଉକ୍ତ ଫିଲ୍ମରୁ ଆଲିଆ ଓ ରଣବୀରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ମଙ୍ଗଳବାର ଫିଲ୍ମର ଶୁଟିଂ ପାଇଁ ଏହି ଲଭ୍‌ ବାର୍ଡ ହିମାଚଳ ପ୍ରଦେଶର ମନାଲିରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ଆଲିଆ ଓ ରଣବୀରଙ୍କ ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ଦୁହଁିଙ୍କୁ ହିମାଚଳି ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି। ଦୁହେଁ ପାରମ୍ପରିକ ଟୋପି, ମଫଲର ଓ ହାତରେ ଫୁଲତୋଡା ଧରିଥିବା ନଜର ଆସିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଓ ରଣବୀରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା। ଦୁହିଁଙ୍କ କାର୍ଯ୍ୟ କଥା କହିବାକୁ ଗଲେ, ବଲିଉଡ୍‌ରେ ଦୁହେଁ ବେଶ୍‌ ସକ୍ରିୟ ରହିଛନ୍ତି। ଦୁହେଁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ବ୍ରାହ୍ମାସ୍ତ୍ର ଜରିଆରେ ପ୍ରଥମ ଥର ବଡ଼ ପରଦାରେ ଏହି ଯୋଡିଙ୍କୁ ଦର୍ଶକେ ଏକାଠି ଦେଖିପାରିବେ। ଅୟାନ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଲିଆ ଓ ରଣବୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନି ରୟ, ଓ ନାଗାର୍ଜୁନଙ୍କ ଭଳି ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Share