Categories: ଜାତୀୟ

ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ କଲା ନୌସେନା

ନୂଆଦିଲ୍ଲୀ,୨୮।୧୧: ଭାରାତୀୟ ନୌସେନା ପକ୍ଷରୁ ଗୁରୁବାର ମଧ୍ୟମ ଦୂରଗାମୀ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି ସୁପରସୋନିକ୍‌ କ୍ରୁଇଜ୍‌ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି। ନୌସେନା ପକ୍ଷରୁ ଏହାକୁ ଆରବ ସାଗରରେ ପରୀକ୍ଷଣ କରାଯାଇଛି। ଗତ ସେପ୍ଟେମ୍ବରରେ ଏହାକୁ ଓଡ଼ିଶାର ଚାନ୍ଦିପୁରଠାରେ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା। ସେହିପରି ଗତ ମେ’ରେ ଏହାକୁ ସୁଖୋଇ-୩୦ ଯୁଦ୍ଧ ବିମାନରୁ ମଧ୍ୟ ପରୀକ୍ଷଣ କରାଯାଇଥିଲା।

Share