ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ,୮ା୨ (ଡି.ଏନ୍‌.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ ରହୁଥିବା ବେଣୁଧର ଦାସ। ତାଙ୍କ ଠାରୁ ୮ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ରେ ବେଣୁଧର ଯାତ୍ରୀ ନିବାସ ନିକଟରେ ନିଶାସାମଗ୍ରୀ ବିକୁଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା। ଏ ନେଇ ଥାନାରେ ଏକ ମାମଲା(ନଂ.୪୧/୨୦)ରୁଜୁ ହୋଇଛି। ପୂର୍ବରୁ ବେଣୁଧରଙ୍କ ନାମରେ ଲକ୍ଷ୍ମୀସାଗର ଥାନାରେ ନିଶାଦ୍ରବ୍ୟ ବିକିବା ଅଭିଯୋଗରେ ୨ଟି ମାମଲା ରହିଥିବା ଜଣାପଡିଛି।

Share