ବ୍ରାଉନସୁଗାର ଜବତ: ଯୁବକ ଗିରଫ

ପୁରୀ ଅଫିସ, ୫।୧: ବ୍ରହ୍ମଗିରି ଅଞ୍ଚଳରେ ଜଣେ ଯୁବକଙ୍କଠାରୁ ୫.୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ। ବ୍ରାଉନସୁଗାର କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ହେଲେ ଅଲରାପୁରର ସୁକାନ୍ତ ସେଠୀ। ଏ ନେଇ ଥାନାରେ ଏକ ମାମଲା (୩/୨୦୨୦) ରୁଜୁ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାର ଗୋଟିଏ ପ୍ୟାକେଟରେ ରହିଥିଲା। ଏହାର ମୂଲ୍ୟ ପ୍ରାୟ ୭୫ହଜାର ଟଙ୍କା ହେବ ବୋଲି ପୋଲିସ କହିଛି। କୌଣସି ସୂତ୍ରରୁ ଖବର ପାଇ ଅଲାରପୁରସ୍ଥିତ ସୁକାନ୍ତଙ୍କ ଘରେ ପୋଲିସ ଚଢାଉ କରିଥିଲା। ଯାଞ୍ଚବେଳେ ତାଙ୍କ ଘରୁ ବ୍ରାଉନସୁଗାର ମିଳିଥିଲା।