ବ୍ରାଉନସୁଗାର ଜବତ: ଯୁବକ ଗିରଫ

ଭଦ୍ରକ ଅଫିସ, ୧।୧୧- କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ମଧ୍ୟାହ୍ନରେ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଅସୁରାଳି ବଜାରସ୍ଥିତ ଏକ ଇଞ୍ଜିନିୟରିଂ କଲେଜ ସମ୍ମୁଖରୁ ୪୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏଥିସହ ଅରୁଣ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଏହି ଟିମ୍‌। ସୂଚନା ଅନୁଯାୟୀ, ଲୁଣିଆ ମଙ୍ଗଳପୁର ଗଁାର ଅରୁଣ ଉକ୍ତ ଅଞ୍ଚଳରେ ବୁଲି ଯୁବଗୋଷ୍ଠୀଙ୍କୁ ବ୍ରାଉନସୁଗାର ବିକ୍ରି କରିଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଏହି ଟିମ୍‌ ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏହି ଟିମ୍‌ରେ ଇନ୍ସପେକ୍ଟର ଜଗଦୀଶ ସାମଲ ଓ ଗାଲୁରାମ ସୋରେନଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।