ବ୍ରାଉନ୍‌ସୁଗାର ବିକି ୨ଜଣ ବନ୍ଧା ହେଲେ

ଖୋର୍ଦ୍ଧା ଅଫିସ,୧୦।୩: ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଉକ୍ତ ଥାନା ଅଧୀନ କେରଙ୍ଗ ମସିନଗର ଗ୍ରାମର ଏସ୍‌.କେ. ଅମନ(୪୨) ଏବଂ ଏସ୍‌.କେ. ହବିବ୍‌(୫୦)।

ପୋଲିସଠାରୁ ମିଳିଥିବା ସୂଚନାପ୍ରକାରେ, ମଙ୍ଗଳବାର କୁମ୍ଭିଲୋ ଅଞ୍ଚଳରେ ବ୍ରାଉନ୍‌ସୁଗାର ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା। ସେଠାରେ ଚଢ଼ାଉ ସମୟରେ ଅମନ ଏବଂ ହବିବ୍‌ଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ୧୮.୦୫ ଗ୍ରାମର ବ୍ରାଉନ୍‌ସୁଗାର ଏବଂ ଦୁଇଟି ମୋବାଇଲ ସହ ୯୪୦ଟଙ୍କା ଜବତ କରାଯାଇଥିଲା। ଏ ନେଇ ଥାନାରେ ୭୯/୨୦ରେ ମାମଲା ରୁଜୁ କରାଯିବା ସହ ଅନ୍ୟାନ୍ୟ ୨୧(ଖ), ୨୯ ଏନ୍‌.ଡି.ପି.ଏସ୍‌. ଆକ୍ଟ ଲଗାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share