Advertisement

ବ୍ରାକ୍‌ଜିଟ ରାଜିନାମାକୁ ନେଇ ମୁଣ୍ଡ ନୁଅଁ।ଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦଳରୁ ଇସ୍ତଫା ଦେବେ ଥେରେସା

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ନିଜ କଂଜରଭେଟିଭ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଜୁନ ୭ରେ ସେ ଦଳ ଓ ଦଳୀୟ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପଦର କାର୍ଯ୍ୟଭାର ସମ୍ଭାଳିବା ପାଇଁ ନୂଆ ନେତାଙ୍କ ଚୟନ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି। ସେ ପ୍ରାୟ ୩ ବର୍ଷ ହେବ ବ୍ରିଟେନକୁ ୟୁରୋପୀୟ ସଂଘରୁ ଅଲଗା କରିବା ପାଇଁ ଉଦ୍ୟମ ଚାଇଥିଲେ। ଏଥିପାଇଁ ଅନେକ ଥର ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି। କିନ୍ତୁ ଏଥିପାଇଁ ତାଙ୍କ ଦଳୀୟ ନେତା ତାଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଥିଲେ। ଦଳୀୟ ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରି ସେ ବିଫଳ ହେବା ପରେ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବ୍ରାକଜିଟକୁ ନେଇ ବ୍ରିଟେନରେ ରାଜନୈତିକ ସଂକଟ ଘନାଇଥିଲା। ଏବେ ବି ଏଠାରେ ରାଜନୈତିକ ସଂକଟ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share