ବ୍ରାଜିଲରୁ ଆସୁଥିବା ଲୋକଙ୍କୁ ଆମେରିକା ମନା: ଟ୍ରମ୍ପ

ଓ୍ବାଶିଂଟନ,୨୫।୫: କରୋନା ଭାଇରସ ସଂକ୍ରମଣରେ ଆମେରିକାର ସ୍ଥିତି ବେହାଲ ହୋଇଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଆମେରିକାରେ ସ୍କୁଲ ଖୋଲିବାକୁ କହିଛନ୍ତି। ଟୁଇଟ୍‌ କରି ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍କୁଲ ଯେତେଶୀଘ୍ର ଖୋଲିଦେବା କଥା। ଟ୍ରମ୍ପ ସ୍କୁଲ ଖୋଲିବାର କାରଣକୁ ନେଇ ସାଧାରଣ ଜନତାଙ୍କୁ ଫକ୍ସ ନ୍ୟୁଜର ଏକ ଶୋ’ ଦେଖିବାକୁ କହିଛନ୍ତି। ଯେଉଁଥିରେ ଲକ୍‌ଡାଉନକୁ ଷ୍ଟୁପିଡ ବୋଲି କୁହାଯାଇଛି। ଅନ୍ୟପଟେ ଗତ ୧୪ ଦିନ ମଧ୍ୟରେ ଯେଉଁମାନେ ବ୍ରାଜିଲ ଗସ୍ତ କରିଛନ୍ତି ସେମାନଙ୍କୁ ଆମେରିକା ଆସିବାକୁ ବାରଣ କରିଛନ୍ତି ଟ୍ରମ୍ପ ସରକାର। ଟ୍ରମ୍ପ ଯେଉଁ ଶୋ’ କଥା କହିଛନ୍ତି ସେଥିରେ ଲକ୍‌ଡାଉନକୁ ସମ୍ପୂର୍ଣ୍ଣ ନିର୍ବୋଧ ବୋଲି କୁହାଯାଇଛି। ଏହାକୁ ନେଇ ଟ୍ରମ୍ପ ‘ଓପନ ଆମେରିକା ଏଗେନ’ ବୋଲି କହୁଥିବା ଖବର ମିଳିଛି।

Share