ବ୍ରାଜିଲ୍‌ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବନି ଭିଜା

ବ୍ରାସିଲିଆ,୨୫।୧୦: ଭାରତୀୟଙ୍କ ପାଇଁ ଭିଜା ନୀତି କୋହଳ କରିଛି ବ୍ରାଜିଲ। ଏଣିକି ବ୍ରାଜିଲ୍‌ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର ବୋଲ୍‌ସନାରୋ। ଚୀନ ଏବଂ ଭାରତୀୟଙ୍କ ପାଇଁ ଭିସା ନୀତି କୋହଳ କରାଯିବ ବୋଲି ସେ କହିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଦେଶର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ କିଛି ବିକଶିତ ଏବଂ ବିକାଶଶୀଳ ଦେଶଗୁଡିକ ପାଇଁ ଭିସା ନୀତିରେ ପରିବର୍ତ୍ତନ କରିବା କଥା କହିଥିଲେ।

Share