Categories: ଖେଳ

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)- ବ୍ରାଜିଲର ସାଓ ପାଓଲୋଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌। ଏହାର ପ୍ରଥମ ୨ଟି ସିଙ୍ଗଲ୍ସ ମ୍ୟାଚ ଜିତି ଓଡ଼ିଶାର ପ୍ରମୋଦ ଭଗତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ପ୍ରମୋଦ ବ୍ରାଜିଲର ମାରିଓ ରିବେଇରୋଙ୍କୁ ୨୧-୧୧, ୨୧-୧୬ ଓ ଦ୍ୱିତୀୟ ରାଉଣ୍ଡରେ ଚାଇନାର ଉ ଫାକ୍ସିନଙ୍କୁ ୨୧-୧୪, ୨୧-୧୮ ପଏଣ୍ଟରେ ପରାସ୍ତ କରିଛନ୍ତି। ଗୁରୁବାରଠାରୁ ସେ ଡବଲ୍ସ ମ୍ୟାଚରେ ଭାଗନେବେ। ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନରେ ମୋଟ ୨୩୬ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହା ମଧ୍ୟରେ ଭାରତର ୧୭ ପ୍ରତିଯୋଗୀ ସାମିଲ।

Share