Categories: ଖେଳ

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)-
ବ୍ରାଜିଲର ସାଓ ପାଓଲୋଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପର ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ସେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୨୧-୧୫, ୨୧-୧୮ ପଏଣ୍ଟରେ ହରାଇ ଦେଇଛନ୍ତି। ଫାଇନାଲରେ ସେ ନିଜ ଡବଲ୍ସ ପାର୍ଟନର ମନୋଜ ସରକାରଙ୍କୁ ଭେଟିବେ। ଡବଲ୍ସରେ ମନୋଜଙ୍କୁ ସାଥିକରି ଖେଳୁଥିବା ପ୍ରମୋଦ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମନୋଜ-ପ୍ରମୋଦ ଯୋଡ଼ି କ୍ୱାର୍ଟର ଫାଇନାଲରେ ଭାରତର ନିତେଶ କୁମାର ଓ ତରୁଣ ଯୋଡ଼ିଙ୍କୁ ୨୧-୧୭, ୨୧-୧୫ ପଏଣ୍ଟରେ ପରାସ୍ତ କରିଛନ୍ତି। ଡବଲ୍ସ ସେମିଫାଇନାଲରେ ସେମାନେ ଫ୍ରାନ୍ସର ଗାଇଲି ଗୁଲାଉମି ଓ ମାଥ୍ୟୁ ଥୋମାସଙ୍କୁ ଭେଟିବେ।

Share