Categories: ଖେଳ

ବ୍ରାଡମ୍ୟାନଙ୍କ ସମକକ୍ଷ ରୋହିତ

ବିଶାଖାପାଟଣା,୩।୧୦(ପି.ଟି.)- ଓପନର ହିସାବରେ ପ୍ରଥମ ପରୀକ୍ଷରେ ସଫଳ ହୋଇଥିବା ରୋହିତ ଶର୍ମା ଶତକ ହାସଲ କରିବା ସହ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏଥି ସହିତ ଘରୋଇ ପରିବେଶ୍‌ରେ ରୋହିତଙ୍କ ହାରାହାରି ଟେଷ୍ଟ ରନ ସଂଗ୍ରହ ୯୯.୮୨ ହୋଇଛି। ଘରୋଇ ମାଟିରେ ସେ ୧୦ଟି ଟେଷ୍ଟ ଖେଳି ୧୫ଟି ଇନିଂସରୁ ମୋଟ ୮୮୪ ରନ ସଂଗ୍ରହ କରି ବ୍ରାଡମ୍ୟାନଙ୍କ ଘରୋଇ ଆଭରେଜ୍‌ର ସମକକ୍ଷ ହୋଇଛନ୍ତି। ପୂର୍ବରୁ ବ୍ରାଡମ୍ୟାନ ଘରୋଇ ମାଟିରେ ୫୦ ଇନିଂସରୁ ୯୮.୨୨ ହାରରେ ରନ୍‌ ସଂଗ୍ରହ କରି ୪୩୨୨ ରନ ସଂଗ୍ରହ କରିଥିଲେ। ତେବେ ମୋଟ ଉପରେ ଦେଖିବାକୁ ଗଲେ ରୋହିତ ୨୮ଟି ମ୍ୟାଚ୍‌ ଖେଳି ୪ଟି ଶତକ ସହ ୪୨. ୫୦ ରନ ହାରରେ ୧୭୦୦ ରନ ସଂଗ୍ରହ କରିଛନ୍ତି। ଗୁରୁବାର ଦ୍ୱିତୀୟ ଦିନରେ ସେ ଅଧିକ ରନ ସଂଗ୍ରହ କଲେ ଏହି ରେକର୍ଡରେ ଆହୁରି ଉନ୍ନତି ଘଟିବ ବୋଲି ଆଶା କରାଯାଉଛି।

Share