Categories: ବାଣିଜ୍ୟ

ବ୍ରାଣ୍ଡେଡ ପୋଷାକ ମେଳାରେ ରିହାତି

ଭୁବନେଶ୍ୱର,୧୦-୬: ସ୍ଥାନୀୟ ହୋଟେଲ ନିୟୁ ମ୍ୟାରିୟନଠାରେ ଆରମ୍ଭ ହୋଇଥିବା ବ୍ରାଣ୍ଡେଡ ପୋଷାକ ମେଳାରେ ଗ୍ରାହକଙ୍କ ଲାଗି ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ଲାଗି ୩୫ ହଜାରରୁ ଊର୍ଦ୍ଧ୍ୱ ଷ୍ଟକ ବର୍ତ୍ତମାନ ସଂଯୋଗ କରାଯାଇଛି। ପାର୍ବଣ ଏବଂ ବିବାହ ସମୟକୁ ଧ୍ୟାନରେ ରଖି ନୂଆ କଲେକ୍ସନ ସଂଯୋଗ ହୋଇଛି। ପୁରୁଷ, ମହିଳା ଏବଂ ଶିଶୁଙ୍କ ବର୍ଗରେ କଲେକ୍ସନ ସାମିଲ ରହିଛି। ଷ୍ଟକଗୁଡିକ ଉପରେ ପ୍ରାୟ ୯୦% ପର୍ଯ୍ୟନ୍ତ ରିହାତି ଅଫର ରହିଛି। ପୁରୁଷଙ୍କ ବର୍ଗରେ ଶାର୍ଟ, ଟିଶାର୍ଟ, ଶର୍ଟସ, ଟ୍ରାଉଜର ଏବଂ ଜିନ୍ସ ରହିଛି। ସେହିଭଳି ମହିଳାଙ୍କ ବର୍ଗରେ କୁର୍ତ୍ତି,ଶୁଟ୍ସ, ଟପ୍ସ, ଜିନ୍ସ, ଅଫିସଓ୍ବେର, ଶାର୍ଟ ଏବଂ ଟ୍ରାଉଜର ରହିଛି।

Share