Categories: ବାଣିଜ୍ୟ

ବ୍ରାଣ୍ଡ ଫ୍ୟାକ୍ଟ୍ରିରେ ରେଡ ଜୋନ ସେଲ୍‌

ଭୁବନେଶ୍ୱର,୧୫-୭: ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ରେଡ୍‌ ଜୋନ୍‌ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଷ୍ଟୋରରେ ସାରା ବର୍ଷ ବିଭିନ୍ନ ଅଫର ପ୍ରଦାନ କରାଯାଉଛି। ରେଡ୍‌ ଜୋନ୍‌ ସେଲ୍‌ ମାଧ୍ୟମରେ ଗ୍ରାହକମାନେ ଗୋଟିଏ ପୋଷାକ କ୍ରୟରେ ଆଉ ୨ଟି ବ୍ରାଣ୍ଡେଡ ପୋଷାକ ମାଗଣାରେ ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଷ୍ଟୋରରେ ଲିକୁପର,ଲିଭାଇସ, ସ୍ପାଏକର, ରେମଣ୍ଡ, ବୁଫାଲୋ, ନାଇକ, ଆଦିଦାସ, କନଭର୍ସ ଏବଂ ଭିଆଇପି ଭଳି ବ୍ରାଣ୍ଡ ପାଇପାରିବେ। ଗ୍ରାହକଙ୍କୁ କ୍ରୟର ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବା ଲାଗି ଗୋଲ୍ଡ ଜୋନ ଏବଂ ପର୍ପଲ ଜୋନ ସେକ୍ସନ ଖୋଲାଯାଇଛି। ଏହି ଜୋନଗୁଡିକରୁ ଆକର୍ଷଣୀୟ ମୂଲ୍ୟରେ ଗ୍ରାହକ ପୋଷାକ କ୍ରୟ କରିବାକୁ ସକ୍ଷମ ହେବେ। ଏହି ସେଲ୍‌ ଦ୍ୱାରା ଫେସନ ଉତ୍ସବର ଅନୁଭୂତି ଗ୍ରାହକଙ୍କୁ ପ୍ରଦାନ କରିବା ଲାଗି ପଦକ୍ଷେପ ନେଇଥିବା ବ୍ରାଣ୍ଡ ଫ୍ୟାକ୍ଟ୍ରିର ସିଇଓ ସୁରେଶ ସାଧଓ୍ବାନି କହିଛନ୍ତି। ବର୍ତ୍ତମାନ ବ୍ରାଣ୍ଡ ଫ୍ୟାକ୍ଟ୍ରି ୪୫ ସହରରେ ୯୭ ଷ୍ଟୋର ସହ ସେବା ଯୋଗାଉଛି। ଷ୍ଟୋରଗୁଡିକରେ ପୁରୁଷ, ମହିଳା, ଶୁଶୁଙ୍କ ପୋଷାକ ସମେତ ହ୍ୟାଣ୍ଡବ୍ୟାଗ, ଲଗେଜ, ଟ୍ରଲି, ବ୍ୟାକ୍‌ ପ୍ୟାକ ଏବଂ ଅନ୍ୟାନ୍ୟ ଫ୍ୟାଶନ ସାମଗ୍ରୀ ଲାଭ କରିପାରିବେ।

Share