Categories: ବାଣିଜ୍ୟ

ବ୍ରାଣ୍ଡ ଫ୍ୟାକ୍ଟ୍ରି କଟକ ଷ୍ଟୋରରେ ଫ୍ରି ସପିଙ୍ଗ ଓ୍ବିକେଣ୍ଡ

ଭୁବନେଶ୍ୱର,୩୦-୧୧: ବ୍ରାଣ୍ଡ ଫ୍ୟାକ୍ଟି କଟକ ଷ୍ଟୋର ପକ୍ଷରୁ ପ୍ରଥମଥର ଲାଗି ଫ୍ରି ସପିଙ୍ଗ ଓ୍ବିକେଣ୍ଡ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଡିସେମ୍ବର ୪ରୁ ୮ ତାରିଖ ଯାଏ ଚାଲିବ। କଟକ ଷ୍ଟୋରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଲଷ୍ଟର ମ୍ୟାନେଜର ମାନସ ମହାନ୍ତି ଏବଂ ପୂର୍ବାଞ୍ଚଳ ଏରିଆ ମ୍ୟାନେଜର ଅମୀତ ହିରାଓ୍ବତ ଏ ନେଇ ସୂଚନା ଦେଇଛନ୍ତି। ୨୦୦ରୁ ଅଧିକ ଓରିଜିନାଲ ବ୍ରାଣ୍ଡର କ୍ରୟ ଅଭିଜ୍ଞତା ଏହି ସମୟରେ ଗ୍ରାହକମାନେ ଲାଭ କରିପାରିବେ। ଗ୍ରାହକ ୫ ହଜାର ଟଙ୍କାର କିଣାକିଣି ଉପରେ ମାତ୍ର ୨୦୦୦ ଟଙ୍କା ପ୍ରଦାନ କରିବେ। ଏହାକୁ ୧୨୦୦ ଟଙ୍କାର ଗିଫ୍ଟ ଭାଉଚର, ୫୦୦ ଟଙ୍କା ମୂଲ୍ୟର ପୋଷାକ ଏବଂ ଫ୍ୟୁଚର ପଓ୍ବୋଲେଟରେ ୩୦୦ ଟଙ୍କାର କ୍ୟାଶବ୍ୟାକ ଦ୍ୱାରା ଫେରି ପାଇବେ। ଅର୍ଥାତ କହିବାକୁ ଗଲେ ଗ୍ରାହକ ସମ୍ପୂର୍ଣ୍ଣ ମାଗଣାରେ ଏହି ସପିଙ୍ଗ କରିବାର ସୁବିଧା ଲାଭ କରିବେ ବୋଲି ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ କୁହାଯାଇଛି। ପୁରୁଷ, ମହିଳା ଏବଂ ଶିଶୁଙ୍କ ବର୍ଗରେ ବିଭିନ୍ନ ବ୍ରାଣ୍ଡ ଏଠାରେ ରହିଛି। ଫ୍ରି ସପିଙ୍ଗ ଓ୍ବିକେଣ୍ଡ ଶୁଭାରମ୍ଭ କରି ଅତ୍ୟନ୍ତ ଖୁସି ବୋଲି ବ୍ରାଣ୍ଡ ଫ୍ୟାକ୍ଟ୍ରି ସିଇଓ ସୁରେଶ ସାଧଓ୍ବାନି କହିଛନ୍ତି।

Share