Categories: ବାଣିଜ୍ୟ

ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୩-୫: ଫ୍ୟୁଚର ଗ୍ରୁପ୍‌ର ପ୍ରମୁଖ ଷ୍ଟୋର ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ‘ଓ୍ବାନ୍ସ ଏ ଇୟର ବାଏ ଟୁ ଗେଟ ୩’ନାମରେ ଏହି ଅଫରର ଲାଭ ଗ୍ରାହକ ୨୨ରୁ ୨୬ ମେ ଯାଏ ଉଠାଇ ପାରିବେ। ୨୦୦ ଫ୍ୟାଶନ ବ୍ରାଣ୍ଡ ମଧ୍ୟରୁ ପସନ୍ଦ ସାମଗ୍ରୀ ଲାଭ କରିବାକୁ ଫ୍ୟାଶନ ଲଭରମାନେ ସକ୍ଷମ ହେବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏଠାରେ ପୁରୁଷ, ମହିଳା, କିଡ୍‌ସ ବର୍ଗରେ ଫ୍ୟାଶନ ସାମଗ୍ରୀ ଉପଲବ୍ଧ ହେଉଛି। ସେହିଭଳି ବ୍ୟାଗ ପ୍ୟାକ୍ସ, ଲଗେଜ, ସନ୍‌ଗ୍ଲାସ, ସ୍ପୋର୍ଟସ ସୁ, ଫର୍ମାଲ ସୁ ଏବଂ ଆସେସୋରିଜ ସମେତ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ହେଉଛି।

Share