Categories: ଖେଳ

ବ୍ରାଥଓ୍ବେଟଙ୍କୁ ଆଇସିସିର ସବୁଜ ସଙ୍କେତ

ଦୁବାଇ, ୧।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର କ୍ରେଗ୍‌ ବ୍ରାଥଓ୍ବେଟ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମଙ୍ଗଳବାର ବ୍ରାର୍ଥଓ୍ବେଟ୍‌ଙ୍କ ବୋଲିଂ ଶୈଳୀ ତ୍ରୁଟିଶୂନ୍ୟ ଥିବା କହିଛି। କିଙ୍ଗ୍ସଷ୍ଟନରେ ଗତ ସେପ୍ଟେମ୍ବର ୨ରେ ଭାରତ ବିପକ୍ଷ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ଅବସରରେ ୨୬ ବର୍ଷୀୟ ଏହି ସାମୟିକ ଅଫ୍‌-ସ୍ପିନରଙ୍କ ବୋଲିଂ ଶୈଳୀରେ ତ୍ରୁଟି ଥିବାନେଇ ଆଇସିସି ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ବ୍ରାଥଓ୍ବେଟ୍‌ ଗତ ୧୪ରେ ବ୍ରିଟେନସ୍ଥିତ ଲାଉଗବର୍ଗରେ ତାଙ୍କ ବୋଲିଂ ଶୈଳୀର ପରୀକ୍ଷା କରିଥିଲେ। ଏହି ପରୀକ୍ଷାରେ ବ୍ରାଥ୍‌ଓ୍ବେଟ୍‌ ଆଇସିସିର ଧାର୍ଯ୍ୟ ମାପଦଣ୍ଡ ଅନୁଯାୟୀ ବୋଲିଂ କରିଥିବା ସ୍ପଷ୍ଟ ହୋଇଥିଲା। ସ୍ପିନର ବୋଲର ବୋଲିଂ ସମୟରେ ୧୫ ଡିଗ୍ରୀ ପର୍ଯ୍ୟନ୍ତ କହୁଣି ବଙ୍କା କରିପାରିବେ ବୋଲି ଆଇସିସି ମାନଦଣ୍ଡରେ ଉଲ୍ଲେଖ ରହିଛି।

Share