Categories: ଖେଳ

ବ୍ରାଭୋ ଫେସ୍‌ ଅଫ୍‌ ଦି ୧୦ ପିଏଲ୍‌ ଓ୍ବାର୍ଲ୍ଡ କପ୍‌

ଦୁବାଇ, ୮ା୧ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଫେସ୍‌ ଅଫ୍‌ ଦି ୧୦ପିଏଲD-ବିଶ୍ୱକପ୍‌ ଅଫ୍‌ ଟେନିସ ବଲ୍‌ ଭାବେ ମନୋନୀତ ହୋଇଛନ୍ତି। ଇଭେଣ୍ଟର ତୃତୀୟ ସଂସ୍କରଣ ମାର୍ଚ୍ଚ ୮ରୁ ୧୩ ପର୍ଯ୍ୟନ୍ତ ଶାରଜାଠାରେ ଅନୁଷ୍ଠିତ ହେବ। ଶାରଜା କ୍ରିକେଟ କାଉନ୍‌ସିଲ ଆନୁକୂଲ୍ୟରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଇଭେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ଏହି ନିଯୁକ୍ତିରେ ମୁଁ ଖୁସି ବୋଲି ବ୍ରାଭୋ କହିଛନ୍ତି। ମୋତେ ଅନେକ ପ୍ରକାର କୌଶଳ ଜଣା। ଟୁର୍ନାମେଣ୍ଟରେ ବହୁ ଖେଳାଳି ଏହାର ଅନୁସରଣ କରିବେ ବୋଲି ମୁଁ ଦୃଢ ନିଶ୍ଚିତ। ବିଶେଷକରି ମନ୍ଥର ଗତିରେ ବୋଲିଂ ଏବଂ ୟର୍କରକୁ ଅନେକେ ଆପଣେଇବେ।

Share