ବ୍ରାହ୍ମଣବିଲରେ ହାତୀ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୯।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମ ବେହେରା ସାହିର ପାଣ୍ଡବ ସାହୁ(୪୮)।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସକଳେ ଗ୍ରାମ ନିକଟସ୍ଥ ଆମ୍ବତୋଟାକୁ ଏକ ଦନ୍ତାହାତୀ ପଳାଇ ଆସିଥିଲା। ହାତୀକୁ ଘଉଡାଇବା ପାଇଁ ଗ୍ରାମର ବହୁ ଲୋକ ରୁଣ୍ଡହୋଇ ଥିଲେ। ଘଟଣାସ୍ଥଳରେ ବନବିଭାଗର ହାତୀ ସ୍କ୍ବାଡ୍‌ ପହଞ୍ଚି ଗ୍ରାମବାସୀକୁ ବାରଣ କରିଥିଲେ ମଧ୍ୟ କେହି ନ ଶୁଣି ହାତୀକୁ ଘଉଡାଇବାକୁ ଉଦ୍ୟମ କରି ଆକ୍ରମଣ କରିଥିଲେ। ହାତୀ ପାଣ୍ଡବଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଫଳରେ ପାଣ୍ଡବଙ୍କର ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁ ତାଙ୍କୁ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।