Advertisement

ବ୍ରାହ୍ମଣୀଗାଁରେ ଚାଲିଛି ବାବା ମୁକ୍ତେଶ୍ୱର ମନ୍ଦିର ନିର୍ମାଣ: ସରକାରଙ୍କ ଅନୁଦାନ ପରେ ଶ୍ରମଦାନ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁରେ ବାବା ମୁକ୍ତେଶ୍ୱର ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ବତନ୍ତ୍ର ପାଣ୍ଠିରୁ ପ୍ରାୟ ୭ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ବ୍ରାହ୍ମଣୀଗାଁବାସୀ କାହା ଉପରେ ନିର୍ଭର ନ କରି ଅନୁଦାନ ଖର୍ଚ୍ଚ କରିବା ସହ ନିଜେ ଶ୍ରମଦାନ କରୁଛନ୍ତି। ଉକ୍ତ ମନ୍ଦିର ନିର୍ମାଣରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଗ୍ରାମବାସୀ ଶ୍ରମଦାନ କରିବା ସହ ଅର୍ଥ ଦେଇ ଏକ ବଡ଼ ମନ୍ଦିର ନିର୍ମାଣ ଲାଗି ଅଣ୍ଟା ଭିଡ଼ିଛନ୍ତି । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ କମିଟି ଯୋଜନା ରଖିଛି। ପ୍ରତି ପରିବାରର ସମସ୍ତ ସଦସ୍ୟ ନିଜ ସୁବିଧା ଦେଖି ମନ୍ଦିର ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share