ରତ୍ନଗିରି,୧୮ା୯(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସିପୁର ଖରଦାସାହି ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ମଙ୍ଗଳବାର ଏକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଯୁବକ ଜଣଙ୍କ ବାଲିବିଲି ପଞ୍ଚାୟତ ଅଧୀନ କୋରଡାପିପଲ ଗ୍ରାମର ବିଦ୍ୟାଧର ପାତ୍ର(୩୫)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୭/୨୦୧୯) ରୁଜୁକରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପ୍ରକାଶ ଯେ, ସକାଳେ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବରୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବରୀ ଥାନା ଅଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ର ଓ ସବ୍ ଇନ୍ସ୍ପେକ୍ଟର ନାରାୟଣ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଚୈତନ୍ୟ ମଲ୍ଲିକ, ହେମନ୍ତ ମଲ୍ଲିକ, ସାମାଜିକ କର୍ମୀ ପ୍ରଦୀପ ଜେନା ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ନଦୀରୁ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ।