ବ୍ରାହ୍ମଣୀ ସେତୁ, ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ,ମରାମତି ଦାବିରେ ପ୍ରତିବାଦ, ପଥପ୍ରାନ୍ତ ସଭା

ଜେନାପୁର,୨୦-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଓ ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହେବାରେ ଲାଗିଛି। ମରାମତି ଅଭାବରୁ ବିପଦସଙ୍କୁଳ ହୋଇପଡିଥିବାରୁ ଅଧିକାଂଶ ସମୟରେ ସେତୁ ଉପରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାବେଳେ ଦୁର୍ଘଟଣାରେ ଜୀବନ ହାରୁଥିବା ପରିବାରକୁ କୌଣସି ସହାୟତା ମିଳିପାରୁ ନାହଁି। ଏହାର ସମାଧାନ ଦାବିରେ ଯାଜପୁର ସଚେତନ ନାଗରିକ ମଞ୍ଚ ୨ବର୍ଷ ହେବ ଚଣ୍ଡିଖୋଲ – ଡୁବୁରୀ ୫୩ନଂ ଜାତୀୟ ରାଜପଥ ମରାମତି, ୪ ଥାକିଆ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଆନ୍ଦୋଳନ ଜାରି ରଖିଛି। ମଞ୍ଚ ପକ୍ଷରୁ ବହୁବାର ପଥପ୍ରାନ୍ତ ସଭା ଏବଂ ଆନ୍ଦୋଳନ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁସାରେ ସନ୍ତୋଷଜନକ କାର୍ଯ୍ୟ ହୋଇପାରୁ ନାହଁି। ଏହାର ପ୍ରତିବାଦରେ ବୁଧବାର ସକାଳେ ବ୍ରାହ୍ମଣୀ ସେତୁ ନିକଟରେ ନାଗରିକ ମଞ୍ଚ ପକ୍ଷରୁ ଏକ ପଥପ୍ରାନ୍ତ ଓ ପ୍ରତିବାଦ ସଭା କରାଯାଇଥିଲ। ଆବାହକ ସରୋଜକାନ୍ତ ବେହେରାଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚ ପକ୍ଷରୁ ସୌମ୍ୟରଞ୍ଜନ ପଣ୍ଡା, ସୌମ୍ୟରଞ୍ଜନ ସାହୁ, ସଞ୍ଜୟ କୁମାର ସାହୁ, ଯଶବନ୍ତ ସାହୁ ଓ ସନ୍ତୋଷ ପ୍ରକାଶ ସାହୁଙ୍କ ସମେତ ଶତାଧିକ ପଥଚାରୀ ସାମିଲ ହୋଇଥିଲେ। ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ ପାଇଁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନା ଯୋଗ୍ୟ, ୨୦୧୮ ଡିସେମ୍ବର ୧୦ରେ ନାଗରିକ ମଞ୍ଚ ପକ୍ଷରୁ ବ୍ରାହ୍ମଣୀ ବ୍ରିଜ୍‌ଠାରେ ଏକ ଜନଆନ୍ଦୋଳନ କରାଯାଇଥିଲା। ଏହାପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚତ୍ ୨୦୧୯ ଏପ୍ରିଲ୍‌ ୪ ତାରିଖ ସୁଦ୍ଧା କାମ ଆରମ୍ଭ ପ୍ରତିଶ୍ରୁତି ଦେଇଥିଲେ।