ବ୍ରାହ୍ମଣ ସାହିରେ ମା’ଙ୍କୁ ଆବାହନ

ରାୟଗଡା ଅଫିସ, ୮।୧୦: ରାୟଗଡା ସହରରେ ବିଜୟା ଦଶମୀ ପୂଜା ପାରମ୍ପରିକ ରୀତିନୀତିରେ ଚାଲିଛି। ରାୟଗଡା ବ୍ରାହ୍ମଣ ସାହିରେ ଅତି ଆଡ଼ମ୍ବରରେ ଦଶହରା ପୂଜା ଚାଲିଛି। ସକାଳୁ ପ୍ରଥମେ ମଙ୍ଗଳ ଆଳତି ପରେ ଦ୍ୱାରପୂଜା ସହ ହୋମ ଯଜ୍ଞ କରାଯାଇଛି। ପୂଣ୍ଣାହୂତି ପରେ କଳସ ବିସର୍ଜନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ସନ୍ଧ୍ୟାରେ ରାବଣ ପୋଡି କରାଯିବାର କାର୍ଯ୍ୟକ୍ରମ ରହିଛି।