ନିବେଶ ଲାଗି ବ୍ରିକ୍ସ୍‌ ସମ୍ମିଳନୀରେ ମୋଦିଙ୍କ ଆହ୍ବାନ: ଭାରତରେ ରହିଛି ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ

ବ୍ରାସିଲିଆ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍‌ର ରାଜଧାନୀ ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ୍‌ ବିଜନେସ୍‌ ଫୋରମ୍‌ ସମ୍ମିଳନୀରେ ଭାରତରେ ନିବେଶ ଲାଗି ଆହ୍ବାନ ଦେଇଛନ୍ତି। ଭାରତରେ ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ ରହିଛି। ଏହା ନିବେଶକଙ୍କୁ ବେଶ୍‌ ସୁହାଇବ ବୋଲି ସେ କହିଛନ୍ତି। ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନ୍‌ ଅର୍ଥବ୍ୟବସ୍ଥାରେ ପରିଣତ ହେବ। ତେଣୁ ଏଠାରେ ନିବେଶ କରିବା ଉପଯୋଗୀ ହେବ ବୋଲି ସେ ନିବେଶକଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ବ୍ରିକ୍ସ୍‌ ସଦସ୍ୟ ଥିବା ବ୍ରାଜିଲ୍‌, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଆଦି ରାଷ୍ଟ୍ର ମଧ୍ୟରେ ଟିକସ ଏବଂ କଷ୍ଟମ୍‌ ପ୍ରଣାଳୀ ସରଳ ହୋଇପାରିଲେ ଆର୍ଥିକ ବିକାଶର ପଥ ପ୍ରଶସ୍ତ ହୋଇପାରିବ ବୋଲି ମୋଦି କହିଛନ୍ତି।

Share