Advertisement

ବ୍ରିଜରେ ଝୁଲିରହିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ସୋର,୧୮।୫(ଡି.ଏନ୍‌.ଏ): ସୋର ୧୬ନମ୍ବର ଜାତୀୟ ରାଜପଥ ଉତ୍ତେରେଶ୍ୱର ନକଟରେ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ସାହୁ ନାମକ ଏକ ଘରୋଇ ବସ୍‌ ବ୍ରହ୍ମପୁରରୁ ବାଲିଆପାଳ ଯାଉଥିବା ବେଳେ ଉତ୍ତେରେଶ୍ୱର ବସ୍‌ ଷ୍ଟୋପେଜ୍‌ରେ ଛିଡା ହୋଇଥିଲା। ସେହି ସମୟରେ ଏକ ଟ୍ରକ ପଛପଟୁ ଆସି ବସ୍‌କୁ ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ବ୍ରିଜ ଉପରେ ବସ୍‌ଟି ବ୍ରିଜ ଉପରେ ଝୁଲିହୋଇ ରହିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel