Categories: ଜାତୀୟ

ଅଭ୍ୟାସ ସମୟରେ ଦୁର୍ଘଟଣା: ୨ ଯବାନ ଶହୀଦ୍‌; ୫ ଆହତ

ପୁଣେ,୨୬।୧୨: ଅଭ୍ୟାସ ସମୟରେ ଦୁର୍ଘଟଣା ଘଟି ୨ ଯବାନ ଶହୀଦ୍‌ ହେବା ସହିତ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି। ସିଏମ୍‌ଇ ଇଞ୍ଜିନିୟରିଂ କଲେଜରେ ପ୍ରଶିକ୍ଷଣ ସମୟରେ ଏକ ଟାଓ୍ବାର ଭୁଶୁଡ଼ି ପଡ଼ିବାରୁ ଏଭଳି ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ୯ ଜଣ ଯବାନ ଥିଲେ।

Share