ବ୍ରିଜ୍‌ ତଳକୁ ଖସିପଡିଲା ଇନୋଭା, ଜଣଙ୍କ ଜୀବନ ଗଲା

ରାୟଗଡା ଅଫିସ, ୫।୧୨: ରାୟଗଡା ଜିଲା ରାଫକଣା ବ୍ରିଜ ଉପରେ ଇନୋଭା କାର ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବାସହ ୨ଜଣ ଆହତ ହୋଇଛନ୍ତି l ମୃତକ ଜଣଙ୍କ ହେଲେ ଭି. ସୂର୍ଯ୍ୟା(୧୯)। ଯୁବତୀ ଜଣକ କୋରାପୁଟ ଜିଲା ଅନ୍ତର୍ଗତ ବୋରିଗୁମ୍ମାର ସନ୍ତୋଷ ନଗରରେ ବୋଲି ଜଣାପଡିଛି l ନିଜ ଅଜାଙ୍କ ସହ ବୋରିଗୁମ୍ମାରୁ ସୂର୍ଯ୍ୟା ମାମୁ ଘର ରାୟଗଡାକୁ ଆସୁଥିବାବେଳେ କୁମ୍ଭିକଟା ଗ୍ରାମ ନିକଟସ୍ଥ ପୁଞ୍ଜିପାଇ ଠାରେ ଥିବା ବ୍ରିଜ୍‌ ଉପରୁ ଗାଡିଟି ୩୦ ଫୁଟ ତଳକୁ ଖସିପଡିଥିଲା। ଡ୍ରାଇଭର ଏବଂ ଯୁବତୀଙ୍କ ଅଜା ଆହତ ହୋଇ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ଯୁବତୀଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି l