ବ୍ରିଜ୍‌ ନିର୍ମାଣ ଆରମ୍ଭ କଲେ ୧୫ ଆଦିବାସୀ ଗାଁ

ପାତ୍ରପୁର,୧୪।୬(ଉମାଚରଣ କର): ଗାଁକୁ ଯିବା ପାଇଁ ପକା ରାସ୍ତା ନ ଥିବାରୁ ଜାମୁଗଣ୍ଡ ମୁକୁଳା ନାଳ ପାର ହେବାକୁ ପଡୁଛି। ନଦୀର ଉପର ମୁଣ୍ଡରେ ବର୍ଷା ହେଲେ ନାଳରେ ବଢି ଆସିଯାଏ ଆଉ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଏଥିପାଇଁ ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା । ଶେଷରେ ବାଧ୍ୟ ହୋଇ ଉକ୍ତ ଗ୍ରାମବାସୀ ନିଜ ସମର୍ଥ ଅନୁଯାୟୀ ଟଙ୍କା ଆଦାୟ କରି ନାଳ ଉପରେ ଛୋଟିଆ ବ୍ରିଜ ନିର୍ମାଣ ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତରେ। ଗତ ଏକ ବର୍ଷ ଧରି କମଳାଖତ, ନୂଆଁସାହି, ସାନ ଅଞ୍ଚୁପା, ଜେନା ସାହି, ବଡ ଅଞ୍ଚୁପା, ମୁଣ୍ଡେଇସିଙ୍ଗି, କୁଶମଳା, ମଇଁଷିଖତ, ବଡ ସଚାରୁ, ସାନ ସଚାରୁ, କାନ୍ତିଗାଁ, ବଡ ଅଞ୍ଜାଗୁଲି, ବାତ୍ରା ସାହି, ସାନଗାଁ, ସାନଅଞ୍ଜାଗୁଲି, ବିଲୁଗାଁ ପ୍ରମୁଖ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟ ପନ୍ଥା ଗ୍ରହଣ କରି ନ ଥିବା ଦେଖିବାକୁ ମିଳିଛି। ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ଆଗୁଆ ସଜାଗ ହୋଇ ଉକ୍ତ ଗ୍ରାମବାସୀ ତିରିଶ ହଜାର ଟଙ୍କା ଚାନ୍ଦା ବାହାର କରି ଜାମୁଗଣ୍ଡ ନାଳ ଉପରେ ଏକ ଛୋଟିଆ ବ୍ରିଜ ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ। ଜେସିବି ମାଧ୍ୟମରେ ପଥରଗୁଡିକୁ ବାହାର କରି ରାସ୍ତା ସଫା କରାଯାଇଥିବା ବେଳେ ନାଳ ମୁଖ୍ୟ ସ୍ରୋତ ନିକଟରେ ପିଲ୍ଲାର କାମ ଆରମ୍ଭ କରିଥିଲେ। ହେଲେ ଗ୍ରାମବାସୀ ଆଦାୟ କରିଥିବା ଚାନ୍ଦା ସମୁଦ୍ରକୁ ଶଙ୍ଖେ ଥିଲା ଏବଂ ଦୁଇଟି ପିଲ୍ଲାର କାମରେ ସମସ୍ତ ଟଙ୍କା ସରିଯାଇଥିଲା । ବର୍ତ୍ତମାନ ସେମାନେ ନିରୁପାୟ ହୋଇ ଭାଗ୍ୟକୁ ଆଦରି ବସିଛନ୍ତି । ପୁଣି ଥରେ ଚାନ୍ଦା ବାହାର କରିବା ପାଇଁ ଗ୍ରାମବାସୀ ଆଲୋଚନା କରୁଥିବା ଜଣା ପଡିଛି l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପାତ୍ରପୁର ବ୍ଲକର ଉକ୍ତ ଅଞ୍ଚଳଗୁଡ଼ିକରେ ସରକାରୀ ଯୋଜନା ବାଟବଣା ହୋଇ ପଡିରହିଛି । ସୂଚନାଥାଉ କି ଉକ୍ତ ଗ୍ରାମବାସୀ ସମସ୍ୟାର ସମାଧାନ ପାଇଁ ବିଡିଓଙ୍କୁ ଜଣାଇଥିବା ବେଳେ ନାଳରେ ବଢି ଆସିଲେ ତାର ବାନ୍ଧି ନାଳ ପାର ହେବାର ନଜିର ରହିଛି । ଏମିତିକି ୨୦୨୧ରେ ଜଣେ ଯୁବକ ପାଣିରେ ବୁଡ଼ିଯାଇଥିଲେ । ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ଗତବର୍ଷ ଜୁଲାଇରେ ପ୍ରଶାସନ ପକ୍ଷରୁ ସମୀକ୍ଷା ମଧ୍ୟ କରାଯାଇଥିଲା । ଏମିତି କି ପାତ୍ରପୁର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ତଥାପି
ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ବୃଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri