ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି

ଲଣ୍ଡନ,୮।୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଲିଜ ଟ୍ରସ। ରାଣୀ ଏଲିଜାବେଥ ଦ୍ୱିତୀୟ ଲିଜ ଟ୍ରସଙ୍କୁ ଶପଥ ପାଠ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ହରାଇ ୟୁକେର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ଲିଜଙ୍କୁ ୮୧ହଜାର ୩୨୬ ଖଣ୍ଡ ଭୋଟ ମିଳିଛି। ସେହିପରି ଋଷି ସୁନକଙ୍କୁ ୬୦ହଜାର ୩୯୯ ଖଣ୍ଡ ଭୋଟ ମିଳିଛି। ଋଷି ଏହି ନିର୍ବାଚନରେ ୨୦ ହଜାର ୯୨୭ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।
ଏଭଳି ପରିସ୍ଥିତିରେ ବ୍ରିଟେନର ପ୍ରଧାନମନ୍ତ୍ରୀ କେତେ ଟଙ୍କା ଦରମା ନିଅନ୍ତି ତାହା କେତେ ଜାଣିବାକୁ ଲୋକଙ୍କ ଆଗ୍ରହ ରହିଥାଏ।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ?
ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବାକୁ ଏକ ସରକାରୀ ବାସଭବନ ପାଆନ୍ତି, ଯାହାକୁ ୧୦ ଡାଉନିଂ ଷ୍ଟ୍ରିଟ କୁହାଯାଏ। ଏଠାରେ ପ୍ରଧାନମନ୍ତ୍ରୀଙ୍କ ଏକ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ ଅଛି, ଯେଉଁଠାରେ ସେ ସମସ୍ତ ସଭା କରନ୍ତ। ୧୭୩୫ରୁ ୧୦ ଡାଉନିଂ ଷ୍ଟ୍ରିଟ ପ୍ରଧାନମନ୍ତ୍ରୀ ବାସସ୍ଥାନ ଭାବରେ ବ୍ୟବହୃତ ହୋଇଛି। ଅବଶ୍ୟ, ବୋରିସ ଜନସନଙ୍କ ପରି କେତେକ ପ୍ରଧାନମନ୍ତ୍ରୀ ୧୧ ନମ୍ବର ରହିବାକୁ ପସନ୍ଦ କରୁଥିଲେ। ୧୦ ଡାଉନିଂ ଷ୍ଟ୍ରିଟଠାରୁ ତାହା ବହୁତ ବଡ ଅଟେ। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦରମା ହେଉଛି ୧୬୪,୦୮୦ ପାଉଣ୍ଡ (୧,୫୦,୫୮,୫୧୬ ଟଙ୍କା)। ଏଥିରେ ଏମ୍‌ପି ପଦ ପାଇଁ ୮୪,୧୪୪ ପାଉଣ୍ଡ (୭୭,୨୨,୩୫୪ ଟଙ୍କା) ଏବଂ ବାକି ୭୯,୯୩୬ (୭୩,୩୬,୧୬୨ ଟଙ୍କା) ପ୍ରଧାନମନ୍ତ୍ରୀ ପଦ ପାଇଁ ଦିଆଯାଏ।

Share