Categories: ଖେଳ

ବ୍ରିଟିଶ ଓପନ୍‌ ସ୍କ୍ବାଶ: କ୍ୱାର୍ଟରରେ ଜ୍ୟୋତ୍ସ୍ନା

ହଲ୍‌ (ଇଂଲଣ୍ଡ), ୨୨।୫(ପି.ଟି.): ଏଠାରେ ଚାଲିଥିବା ପିଏସ୍‌ଏ ଓ୍ବାଲର୍‌ଡ ଟୁର୍‌ ପ୍ଲାଟିନମ ଇଭେଣ୍ଟ ବ୍ରିଟିଶ ଓପନ୍‌ ସ୍କ୍ବାଶରେ ଭାରତର ଜ୍ୟୋତ୍ସ୍ନା ଚିନାପ୍ପା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଜ୍ୟୋତ୍ସ୍ନା ୧୨-୧୦, ୧୧-୩, ୧୧-୯ରେ ଇଂଲଣ୍ଡର ମିଲିଏ ତୋମଲିନସନଙ୍କୁ ପରାସ୍ତ କରିଛନ୍ତି। ପୂର୍ବରୁ ସୌରଭ ଘୋଷାଲ ଓ ରମିତ୍‌ ଟଣ୍ଡନ ପରାଜୟବରଣ କରିଥିବାରୁ ଜ୍ୟୋତ୍ସ୍ନା ଏବେ ଭାରତର ଏକମାତ୍ର ପଦକ ଆଶା ରହିଛନ୍ତି। ଜ୍ୟୋତ୍ସ୍ନା ତାଙ୍କ ପରବର୍ତ୍ତୀ ମ୍ୟାଚ୍‌ରେ ଅନ୍ୟତମ ଇଂଲଣ୍ଡ ଖେଳାଳି ସାରାହ-ଜାନେ ପେରୀଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଘୋଷାଲ ୯-୧୧, ୪-୧୧, ୧୧-୭, ୬-୧୧ରେ ଇଜିପ୍ଟର କରିମ ଅବଦିଲ ଗାଓ୍ବାଡଙ୍କ ନିକଟରୁ ପରାସ୍ତ ହୋଇଥିଲେ।

Share