ବ୍ରିଟିଶ ତେଲ ଟ୍ୟାଙ୍କରକୁ ଅପହରଣ ଉଦ୍ୟମ କରି ଅଡୁଆରେ ଇରାନ

ଦୁବାଇ,୧୧।୭: ତେଲ ଟ୍ୟାଙ୍କରକୁ ନେଇ ବ୍ରିଟେନ ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ଇରାନ ଅଡୁଆରେ ପଡିଯାଇଛି। ବୁଧବାର ପର୍ସିୟାନ ଗଲ୍ଫ ଏରିଆରେ ଇରାନ ଏକ ବ୍ରିଟିଶ ତେଲ ଟ୍ୟାଙ୍କରକୁ ନିଜ କବ୍‌ଜାକୁ ଆଣିବାକୁ ଚେଷ୍ଟା କରିଥିଲା। ହେଲେ ରୟାଲ ନାଭିର ଏକ ଯୁଦ୍ଧ ଜାହାଜ ଇରାନର ଏହି ଯୋଜନାକୁ ପଣ୍ଡ କରି ଦେଇଛି। ସୂଚନାଯୋଗ୍ୟ, ଷ୍ଟ୍ରେଟ୍‌ ଅଫ୍‌ ହମୁର୍ଜ ଦେଇ ଯାଉଥିବା ବ୍ରିଟିଶ ହେରିଟେଜ ତେଲ ଟ୍ୟାଙ୍କରକୁ ଗତି ବଦଳାଇ ତେହେରାନ ନିକଟରେ ଅଟକିବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ପୂର୍ବରୁ ଅର୍ଥାତ୍‌ ବୁଧବାର ଇରାନ ରାଷ୍ଟ୍ରପତି ହସନ ରୁହାନି କହିଥିଲେ ବ୍ରିଟିଶ ଆମ ତେଳ ଟ୍ୟାଙ୍କରକୁ କବ୍‌ଜା କରିବାକୁ ଚେଷ୍ଟା କରିଥିବାରୁ ଏହାର ପରିଣାମ ତାକୁ ଭୋଗିବାକୁ ପଡିବ।

Share