ବ୍ରିଟେନକୁ ଟପିଲା ବ୍ରାଜିଲ

ଓ୍ବାଶିଂଟନ/ମସ୍କୋ/ ବ୍ରାଜିଲିଆ,୧୯।୫: ବିଶ୍ୱରେ ସୋମବାର ସୁଦ୍ଧା ୪୮.୪୧ ଲକ୍ଷରୁ ଅଧିକ ଲୋକ କରୋନା କବଳିତ ହୋଇଥିବା ଜଣାପଡ଼ିଛି। ୩ ଲକ୍ଷ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆମେରିକାରେ ୧୫.୩୨ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୯୧ ହଜାର ୭୭ ବ୍ୟକ୍ତି। ସର୍ବାଧିକ କରୋନା ରୋଗୀ ତାଲିକାରେ ରୁଷିଆ ଦ୍ୱିତୀୟ, ସ୍ପେନ୍‌ ତୃତୀୟ ଓ ବ୍ରାଜିଲ ଚତୁର୍ଥ ସ୍ଥାନରେ ଥିବାବେଳେ ବ୍ରିଟେନ ପଞ୍ଚମକୁ ଖସିଆସିଛି।
ରୁଷିଆରେ ୨.୯୦ ଲକ୍ଷ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୨,୭୨୨କୁ ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୯୧ ଜଣଙ୍କ ଜୀବନ ଯାଇଥିବା ବେଳେ ୯ ହଜାର ନୂଆରୋଗୀ ସୃଷ୍ଟି ହୋଇଛନ୍ତି। ସ୍ପେନ୍‌ରେ ୨.୭୭ ଲକ୍ଷରୁ ଅଧିକ ରୋଗୀ ରହିଛନ୍ତି। ଏଠାରେ କରୋନା ମୃତ୍ୟୁ ୨୭,୬୫୦ ରହିଛି। ସବୁଠାରୁ ବଡ଼କଥା ହେଲା ବ୍ରାଜିଲରେ ଉଗ୍ର ସ୍ଥିତି ଦେଖିବାକୁ ମିଳିଛି। ତାଲିକାର ବହୁ ପଛରେ ଥିବା ଏହି ଦେଶ ଏବେ କରୋନା ଦ୍ୱାରା ବିଶେଷ ପ୍ରଭାବିତ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୪୪ ଲକ୍ଷରୁ ଅଧିକ ରହିଛି। ୧୬,୨୦୧ ବ୍ୟକ୍ତିି ପ୍ରାଣ ହରାଇଥିବା ବେଳେ ସୋମବାର ଏଠାରେ ୩ ହଜାର ନୂଆ ମାମଲା ନଜରକୁ ଆସିଛି। ବ୍ରିଟେନ ପଞ୍ଚମରେ ରହିଥିବା ବେଳେ ୨.୪୩ ଲକ୍ଷ ରୋଗୀ ଏଠାରେ ଥିବା ଜଣାପଡ଼ିଛି। ୩୪,୬୩୬ ଲୋକଙ୍କ ଏଠାରେ ଏପର୍ଯ୍ୟନ୍ତ ଜୀବନ ଯାଇଛି। ଅନ୍ୟଦେଶଗୁଡ଼ିକ ମଧ୍ୟରେ ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇରାନ, ଭାରତ ଆଦି ରହିଛନ୍ତି। ଇଟାଲୀରେ ୨.୨୫ ଲକ୍ଷ, ଫ୍ରାନ୍ସରେ ୧.୭୯ ଲକ୍ଷ, ଜର୍ମାନୀରେ ୧.୭୬ ଲକ୍ଷ, ତୁର୍କୀରେ ୧.୪୯ ଲକ୍ଷ ଆକ୍ରାନ୍ତ ଥିବା ଜଣାପଡ଼ିଛି।+

Share