ବ୍ରିଟେନରୁ ମିଳିଲା ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ମୃତଦେହ

ଲଣ୍ଡନ, ୧୨।୨: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲିଖୋ ପୁଲଙ୍କ ପୁଅଙ୍କ ମୃତଦେହ ବ୍ରିଟେନର ବ୍ରାଇଟେନ ସହରର ଏକ ଫ୍ଲାଟରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। କଲିଖୋଙ୍କ ପୁଅ ଶୁବାଂଶୋ ପୁଲ(୨୦) ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଫ୍ଲାଟରେ ଏକ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଶୁବାଂଶୋ ସସେକ୍ସ ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ମୃତଦେହ ବ୍ରିଟେନରୁ ଆଣିବା ପାଇଁ ତାଙ୍କ ପରିବାର ବ୍ରିଟେନରେ ଥିବା ଭାରତୀୟ ଦୂତାବାସ ସହ ସମ୍ପର୍କ କରିଛନ୍ତି।

Share