ବ୍ରିଟେନରେ ୬ ମାସ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ୍‌ ଅବଧି

ଲଣ୍ଡନ,୩୦।୩: ବ୍ରିଟେନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଏଠାରେ ଗୋଟିଏ ଦିନରେ ଶହ ଶହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେବେ ଗୋଟିଏ ଦିନରେ ଶହ ଶହ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ରବିବାର ଏଠାରେ ୨୪୩୩ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧୯୫୨୨ରେ ପହଞ୍ଚିଛି। ଆଉ ୨୪ ଘଣ୍ଟାରେ ୨୦୯ ଜଣଙ୍କ ମୃତ୍ୟୁ ହେବା ଫଳରେ ମୃତ୍ୟୁ ସଂଖ୍ୟା ୧୨୨୮ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖିବା ପରେ ବ୍ରିଟେନ ସରକାରରେ ମନ୍ତ୍ରୀଥିବା ମାଇକେଲ ଗୋଭ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯଦି ଲୋକେ ସୋସିଆଲ ଡିଷ୍ଟାନସିଂ ନ ମାନନ୍ତି ତେବେ ଲକ୍‌ଡାଉନ୍‌କୁ ଆହୁରି ୬ ମାସ ବୃଦ୍ଧି କରାଯାଇପାରେ।

Share