Advertisement

ବ୍ରିଟେନରେ ୯୦ ପ୍ରତିଶତ ଲୋକ ଚାହୁଁନାହାନ୍ତି ଲକ୍‌ଡାଉନରେ କୋହଳ

ଲଣ୍ଡନ,୧୦।୫: କରୋନା ଭାଇରସ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ଦୂରେଇ ରହିବାର ମୁଖ୍ୟମାଧ୍ୟମ ହେଉଛି ଲକ୍‌ଡାଉନ। ତେଣୁ ବିଶ୍ୱର ଅଧିକାଂଶ ଦେଶ ଏବେ ଲକ୍‌ଡାଉନ ନିୟମକୁ ପାଳନ କରି ଚାଲିଛନ୍ତି। ଯେଉଁଠି ସଂକ୍ରମଣର ସଂଖ୍ୟା କମ୍‌ ଦେଖାଯାଉଛି ସେଠାରେ ଲକ୍‌ଡାଉନ ଖୋଲିବାକୁ ନେଇ ଚିନ୍ତା କରାଯାଉଛି। ହେଲେ ବ୍ରିଟେନରେ ଏବେ ଲକ୍‌ଡାଉନ ନ ଖୋଲିବାକୁ ସମର୍ଥନ କରୁଛନ୍ତି ପାଖାପାଖି ୯୦ ପ୍ରତିଶତ ଲୋକ। ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏବେ ଲକ୍‌ଡାଉନ ଖୋଲିବା କଥା ଚିନ୍ତା କରନ୍ତୁ ନାହିଁ ବୋଲି ସେମାନେ କହୁଥିବା ଏକ ସର୍ଭେରୁ ଜଣାପଡିଛି। ଏହାଦ୍ୱାରା ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡିବ ହେଲେ ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନ ବେଶି ମୂଲ୍ୟବାନ ବୋଲି ଲୋକେ କହୁଛନ୍ତି। ନିକଟରେ କରାଯାଇଥିବା ଏକ ସର୍ଭେରେ ପ୍ରତି ୧୦ ଜଣରେ ୮ ଜଣଙ୍କର ମତ ରହିଛି ଯେ ଏବେ ବ୍ରିଟେନରେ ଲକ୍‌ଡାଉନ ଖୋଲିବା ଠିକ୍‌ ହେବନାହିଁ। ଅଧିକାଂଶ ଲୋକ ଏବେ କାମକୁ ଫେରିବାକୁ ଚାହୁଁ ନ ଥିବା ମଧ୍ୟ ପ୍ରକାଶ କରିଛନ୍ତି। ଆଉ ଲୋକଙ୍କର ଭରସା ରହିଛି ଯେ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଲୋକଙ୍କୁ ଘରେ ରହିବାକୁ ହିଁ କହିବେ ଯେତେବେଳେ ପର୍ଯ୍ୟନ୍ତ ସଂକ୍ରମଣ କମ୍‌ ନ ହୋଇଛି। ଆଉ କିଏ କିଏ ମତ ଦେଇଛନ୍ତି ଯେହେତୁ ପ୍ରଧାନମନ୍ତ୍ରୀ ନିଜେ କରୋନାରେ ପୀଡ଼ିତ ହୋଇ ଏବେ ସୁସ୍ଥ ହୋଇଛନ୍ତି ସେ ଏହା ଉପରେ ସବାଧାନତାର ସହ ବିଚାର କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share