ବ୍ରିଟେନର ଅତିଧନୀ ତାଲିକା: ହିନ୍ଦୁଜା ଭ୍ରାତା ଶୀର୍ଷରେ

ଲଣ୍ଡନ,୧୩।୫: ବ୍ରିଟେନର ଅତିଧନୀଙ୍କ ତାଲିକାରେ ଏନ୍‌ଆର୍‌ଆଇ ହିନ୍ଦୁଜା ଭ୍ରାତା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।  ୨୨ ବିଲିୟନ ପାଉଣ୍ଡ(ପ୍ରାୟ ୨ ଲକ୍ଷ କୋଟି ଟଙ୍କା) ସମ୍ପତ୍ତି ସହ ହିନ୍ଦୁଜା ଭ୍ରାତା ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ପ୍ରବାସୀ ଭାରତୀୟ ରୁବେନ ଭ୍ରାତା ୧୮.୬୬ ବିଲିୟନ ପାଉଣ୍ଡ (୧,୬୯,୫୦୦ କୋଟି ଟଙ୍କା)ର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନକୁ ଉଠି ଆସିଛନ୍ତି। ବ୍ରିଟେନରେ ହିନ୍ଦୁଜା ଗ୍ରୁପ୍‌ ଅଫ୍‌ କମ୍ପାନୀ ଚଳାଉଥିବା ଶ୍ରୀଚନ୍ଦ ଏବଂ ଗୋପୀଚନ୍ଦ ହିନ୍ଦୁଜାଙ୍କ ସମ୍ପତ୍ତି ଗତବର୍ଷ ତୁଳନାରେ ୧.୩୫ ବିଲିୟନ ପାଉଣ୍ଡ ବୃଦ୍ଧି ପାଇଛି। ଏଭଳି ଭାବେ ସେମାନେ ‘ସଣ୍ଡେ ଟାଇମ୍ସ’ର ସବୁଠାରୁ ଧନୀ ତାଲିକାର ପ୍ରଥମ ସ୍ଥାନ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି। ଏଥିପୂର୍ବରୁ ୨୦୧୪ ଏବଂ ୨୦୧୭ରେ ମଧ୍ୟ ସେମାନେ ଏହି ତାଲିକାର ଶୀର୍ଷରେ ପହଞ୍ଚତ୍ଥିଲେ। ଅନ୍ୟପକ୍ଷରେ ରୁବେନ ଭ୍ରାତା ମୁମ୍ବାଇରେ ଜନ୍ମିତ ୮୦ ବର୍ଷୀୟ ଡେଭିଡ୍‌ ରୁବେନ ଏବଂ ୭୭ ବର୍ଷୀୟ ସାଇମନ ରୁବେନ ଗତବର୍ଷ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ସେମାନଙ୍କ ସମ୍ପତ୍ତି ୩.୫୬ ବିଲିୟନ ପାଉଣ୍ଡ ବୃଦ୍ଧି ପାଇଛି। ସେହିପରି ଅନ୍ୟତମ ଏନ୍‌ଆର୍‌ଆଇ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ସମ୍ପତ୍ତି ୩.୯୯ ବିଲିୟନ ପାଉଣ୍ଡ ହ୍ରାସ ପାଇଛି। ଫଳରେ ସେ ଅତିଧନୀନଙ୍କ ତାଲିକାରେ ଗତବର୍ଷ ୫ମ ସ୍ଥାନରେ ରହିଥିବା ବେଳେ ଚଳିତବର୍ଷ ୧୧ତମ ସ୍ଥାନକୁ ଖସିଯାଇଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ଶୀର୍ଷ ସ୍ଥାନରେ ରହିଥିବା ଏକ ରାସାୟନିକ କମ୍ପାନୀର ପ୍ରତିଷ୍ଠାତା ସାର୍‌ ଜିମ୍‌ ର଼୍ୟାଟକ୍ଲିପ୍‌ ୧୮.୧୫ ବିଲିୟନ ପାଉଣ୍ଡ ସମ୍ପତ୍ତି ସହ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri