ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ

ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ପ୍ରୀତି କଞ୍ଜରଭେଟିଭ୍‌ ଦଳର ନେତୃତ୍ୱ ନେଇ ‘ବ୍ୟାକ୍‌ ବୋରିଶ୍‌’ ଅଭିଯାନର ପ୍ରମୁଖ ଥିଲେ। ବୋରିସ୍‌ଙ୍କୁ ଜିତାଇବାରେ ପ୍ରୀତିଙ୍କ ବଡ ହାତ ଥିଲା। ତେଣୁ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କୁ ଦିଆଯାଇଛି ବୋଲି ଜଣାପଡିଛି। ପ୍ରୀଡି ମୋଦିଙ୍କ ଜଣେ ବଡ ପ୍ରଶଂସକ ଭାବେ ଜଣାଶୁଣା। ମୋଦି ଯେବେ ବି ବ୍ରିଟେନ ଗସ୍ତରେ ଯା’ନ୍ତି ସେବେ ପ୍ରୀତି ତାଙ୍କୁ ସାକ୍ଷାତ କରିଥାନ୍ତି।

Share