Advertisement

ବ୍ରିଟେନ୍‌ରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିବା ଆଶଙ୍କା: ୨୦୨୪ ପର୍ଯ୍ୟନ୍ତ ମାନିବାକୁ ପଡ଼ିବ ସାମାଜିକ ଦୂରତା ନିୟମ

ଲଣ୍ଡନ,୧୧।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ସାମାଜିକ ଦୂରତା ନିୟମ ମାନିବାକୁ ପଡ଼ିବ। ସେହିପରି ସଂକ୍ରମଣ ଯୋଗୁ ଏଠାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିବାର ଆଶଙ୍କା ରହିଛି। ଏସମ୍ପର୍କରେ ବିଷ୍ଟଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରିଟେନ୍‌ରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୭୫ ହଜାର ଛୁଇଁବାର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏନେଇ ବିଶ୍ୱବିଦ୍ୟାଳୟର ରିସ୍କ୍‌ ମ୍ୟାନେଜମେଣ୍ଟ୍‌ ବିଭାଗ ପ୍ରଫେସର ଫିଲିପ୍‌ ଥୋମସ୍‌ କହିଛନ୍ତି ଯେ, ସଂକ୍ରମଣ କମିବାକୁ ଆରମ୍ଭ କଲେ ଲକ୍‌ଡାଉନ୍‌ ବ୍ୟବସ୍ଥାକୁ ଧୀରେଧୀରେ ହଟାଇବା ଆବଶ୍ୟକ। ନଚେତ୍‌ ପରିସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏଠାରେ ଲକ୍‌ଡାଉନ୍‌କୁ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ଜୁଲାଇ ପ୍ରଥମ ସପ୍ତାହରେ ସର୍ବସାଧାରଣ ସ୍ଥଳ ଖୋଲିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share