Categories: ଫୁରସତ

ବ୍ରିଟେନ୍‌ରେ ବଢୁଛି ଏସିଡ୍‌ ଆଟାକ୍‌

ବ୍ରିଟେନ୍‌ରେ ଏସିଡ୍‌ ଆତଙ୍କ ବଢୁଛି ବୋଲି ଏକ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଯେଉଁ ପରିସଂଖ୍ୟାନ ନେଇଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ପ୍ରତି ସପ୍ତାହରେ ବ୍ରିଟେନରେ ୧୫ଜଣ ଏସିଡ୍‌ ଆକ୍ରମଣର ଶିକାର ହେଉଛନ୍ତି। ତେବେ ଏହାଠୁ ବଳି ବଡ଼ ଉଦ୍‌ବେଗଜନକ ତଥ୍ୟ ହେଉଛି ଯେଉଁମାନେ ଏସିଡ୍‌ ଆକ୍ରମଣର ଶିକାର ହେଉଛନ୍ତି ସେମାନେ ଜଣେଜଣେ ପିଲା ହୋଇଥିବା ବେଳେ ସେହି ପିଲାମାନେ ମଧ୍ୟ ଏସିଡ୍‌ ଆକ୍ରମଣ କରୁଛନ୍ତି। ବିଶେଷକରି ଟିନିଏଜ୍‌ରେ ପଦାର୍ପଣ କରିବାକୁ ଯାଉଥିବା ପିଲାମାନେ ଶିଶୁମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ତଥ୍ୟ ଅନୁଯାୟୀ ୨ରୁ ୬ବର୍ଷ ବୟସର ପିଲାଙ୍କୁ ସର୍ବାଧିକ ସଂଖ୍ୟାରେ ଏସିଡ୍‌ ଆଟାକ୍‌ କରାଯାଇଛି। ଏହାକୁ ସାଧାରଣ ଲୋକେ ଅତ୍ୟନ୍ତ ସଙ୍ଗିନ୍‌ ବୋଲି ବିବେଚନା କରିଛନ୍ତି। ପିଲାମାନଙ୍କ ଠାରେ ଏଭଳି ମାନସିକତା କାହିଁକି ବୃଦ୍ଧି ପାଉଛି ତାହାକୁ ନେଇ ସର୍ବେକ୍ଷଣକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି।

Share