ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ୧୨ ଡିସେମ୍ବରରେ: ବୋରିସ୍‌ଙ୍କ ପ୍ରସ୍ତାବ ପାରିତ

ଲଣ୍ଡନ,୩୦।୧୦: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ସମୟ ପୂର୍ବରୁ ୧୨ ଡିସେମ୍ବରରେ ହେବ। ଏନେଇ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବ ହାଉସ୍‌ ଅଫ୍‌ କମନ୍ସ୍‌ରେ ପାରିତ ହୋଇଛି। ପ୍ରସ୍ତାବ ସପକ୍ଷରେ ୪୧୮ ଭୋଟ ପଡ଼ିଥିବାବେଳେ ଏହାର ବିରୋଧରେ ୨୦ ଜଣ ସଦସ୍ୟ ଭୋଟ ଦେଇଥିଲେ। ବିରୋଧୀ ଲେବର ପାର୍ଟି ସଦସ୍ୟ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

Share