ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ

ଲଣ୍ଡନ,୧୩।୨: ଇନଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୩୯ ବର୍ଷ ବୟସ୍କ ଋଷି ଟ୍ରେଜେରୀର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବ ଅର୍ଥମନ୍ତ୍ରୀ ସାଜିଦ୍‌ ଜାବିଦ୍‌ କିଛି ଦିନ ତଳେ ଇସ୍ତଫା ଦେଇଥିଲେ। ସେବେଠାରୁ ଅର୍ଥମନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ଋଷି ୨୦୧୫ରେ ସ୍ଥାନୀୟ ରିଚମଣ୍ଡ ପାର୍କ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଏହାପରେ ୨୦୧୯ଠାରୁ ସେ ଟ୍ରେଜେରୀର ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ।

Share