ବ୍ରିଟେନ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ନେବେ ବିଦେଶ ସଚିବ

ଲଣ୍ଡନ,୨୮।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଏବେ କରୋନାରେ ପୀଡିତ। ଶୁକ୍ରବାର ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍‌ ଆସିବା ପରେ ସେ ସେଲ୍ଫ ଆଇସୋଲେଶନ୍‌ରେ ରହିଛନ୍ତି। ଏନେଇ ଟୁଇଟ କରି ସେ ସମସ୍ତଙ୍କୁ ଜଣାଇଥିଲେ। ତେବେ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କ ପଦ କିଏ ସମ୍ଭାଳିବ ସେନେଇ ଏବେ କଳ୍ପନା ଜଳ୍ପନା ଲାଗିରହିଛି। କୁହାଯାଉଛି ବୋରିସ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବା ପର୍ଯ୍ୟନ୍ତ ତାଙ୍କ ପଦ ବିଦେଶ ସଚିବ ଡୋମିନିକ୍‌ ରାବ ସମ୍ଭାଳିବେ। ଡୋମିନିକ ପ୍ରଥମ ରାଜ୍ୟ ସଚିବ ଥିବା ବେଳେ କ୍ୟାବିନେଟର ସମସ୍ତ ସଦସ୍ୟଙ୍କଠାରୁ ବରିଷ୍ଠ ମଧ୍ୟ। ତେଣୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି।

Share