ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ବୋରିସ

ଲଣ୍ଡନ,୨୩।୭: ବ୍ରିଟେନର ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଲଣ୍ଡନର ପୂର୍ବତନ ମେୟର ବୋରିସ ଜନସନ ବିଜୟୀ ହୋଇଛନ୍ତି। ଏହି ଆଧାରରେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ଓ ଥେରାସା ମେଙ୍କ ସ୍ଥାନ ଗ୍ରହଣ କରିବେ। ବୁଧବାର ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟରେ ବୋରିସ ଓ ଜେରମି ହଂଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା।

Share