ବ୍ରିଟେନ ସୋସିଆଲ୍‌ ମିଡ଼ିଆରେ ଗୁଜବ: ୫-ଜି ମୋବାଇଲ୍‌ ଜ୍ଞାନକୌଶଳ ଯୋଗୁ ବ୍ୟାପୁଛି କରୋନା !

ଲଣ୍ଡନ,୯।୪: କରୋନା ସଂକ୍ରମଣ ଯୋଗୁ ବ୍ରିଟେନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାକାର ସୋସିଆଲ୍‌ ମିଡ଼ିଆରେ ୫-ଜି ମୋବାଇଲ୍‌ ଜ୍ଞାନକୌଶଳ ଯୋଗୁ କରୋନା ବ୍ୟାପୁଥିବା ନେଇ ବହୁ ଭ୍ରମାତ୍ମକ ପୋଷ୍ଟ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କେତେକ ଲୋକ କିଛି ୫-ଜି ଟାଓ୍ବାରରେ ନିଆଁ ଲଗାଇଦେଇଥିବା କୁହାଯାଉଛି। ମୋବାଇଲ୍‌ ଟାଓ୍ବାରରେ ନିଆଁ ଲଗାଯିବାରୁ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଏଭଳି ଗୁଜବକୁ ବିଶ୍ୱାସ ନ କରିବା ଲାଗି କ୍ୟାବିନେଟ୍‌ ମନ୍ତ୍ରୀ ମାଇକେଲ ଗୋବ୍‌ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଯୋଗାଯୋଗ ବ୍ୟବସ୍ଥାରେ ୫-ଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭ୍ରମାତ୍ମକ ପୋଷ୍ଟ ଦ୍ୱାରା ସ୍ବାସ୍ଥ୍ୟ ସେବା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ସେ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ଗୁଗଲ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଉପରେ ଯୋଜନା ଆରମ୍ଭ ହୋଇଛି।

Share